ଗୋଲ୍ଡେନ୍ ଜୁବୁଲି ପାଳନ ପ୍ରସ୍ତୁତି 

 ମାଲକାନଗିରି:  ମାଲକାନଗିରି -ସାବରୀ ସରୁନଥିବା ସମ୍ପର୍କର ନାଁ  । ସାଙ୍ଗ ଗୋଟେ ସରୁନଥିବା ସମ୍ପର୍କର ନାଁ, ନିସ୍ୱାର୍ଥପର ଭଲପାଇବାର ନିର୍ଭୁଲ ଠିକଣା, ଏମିତି ଅନେକ କିଛି କହି ୮୦ ଓ ୯୦ ଦର୍ଶକର ସାଙ୍ଗସାଥି ମାନେ ଏକ ହୋଇଥିଲେ ପାଳିଥିଲେ ବନ୍ଧୁମିଳନ । ସାବରୀ ବିଦ୍ୟା ଭବନ ଏମଭି ୭୯ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ୮୦-୯୦ ବ୍ୟାଚ୍ ମିଟ୍ । ଏହି ବନ୍ଧୁ ମିଳନ ପ୍ରାରମ୍ଭରେ ଅନୁଷ୍ଠାନରେ ଶିକ୍ଷାଦାନ ଦେଇଥିବା ସ୍ୱର୍ଗୀୟ ଶିକ୍ଷକ ମାଣିକ ଲାଲ ଘୋଷ୍, ଅମିୟ କୁମାର ବୋଷ, ବନ ବିହାରୀ ସରକାର, ପ୍ରତିମା ପାଲ, ମୀନତି ମୁନସୀ, ଚିନ୍ତା ହରଣ ମଣ୍ଡଳ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ  ଅର୍ପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱପନ କୀର୍ତ୍ତନିଆ, ଦୀପକ ଦତ୍ତ, ମୁକୁଲ ମଣ୍ଡଳ, ଚିତ୍ତ ରଞ୍ଜନ ସିକଦାର, ନିମାଇଁ ପାଲ, ବିଦୁ୍ୟତ୍ ବିଶ୍ୱାସ ଆଦି ମଞ୍ଚାସୀନ ହୋଇଥିଲେ । ପ୍ରଶାନ୍ତ ସର୍ଦାର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଡିଏନ୍କେ ଅମଳରେ ସ୍ଥାପିତ ହୋଇଥିବା ଏହି ସବାରୀ ବିଦ୍ୟା ଭବନ ୧୯୭୬ ମସିହାରେ କେମିତି କେତେ ଘାତ ପ୍ରତିଘାତର ସାମନା କରିଛି ଓ ସମସ୍ତେ ନିଜ ନିଜର ଅନୁଭୂତି କହିବା ଜୀବନରେ ବନ୍ଧୁ ଓ ଉତ୍ତମ ଶିକ୍ଷକଙ୍କ ଆବଶ୍ୟକତା ଉପରେ ମତ ରଖିଥିଲେ । ୨୦୨୫କୁ ଅନୁଷ୍ଠାନକୁ ୭୫ ବର୍ଷ ପୁର୍ତ୍ତୀ ପାଳନ ସହ ଗୋଲ୍ଡେନ୍ ଜୁବଲି ପାଳନ ନେଇ ଆଲୋଚନା ହୋଇଛି । ଏହି ଗୋଲ୍ଡନ୍ ଜୁବଲି ଅବସରରେ ୮୦-୯୦ ବ୍ୟାଚ୍ର ସମସ୍ତେ ଏକାଠି ହେବା ସହ ଦୁଇ ଦିନିଆ କାର୍ଯ୍ୟକ୍ରମ ରହିଛି । ଏହା ୨୦୨୫ ଡିସେମ୍ବର ୨୪-୨୫ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୮୦-୯୦ ମସିହାରେ ଶିକ୍ଷକତା କରିଥିବା ଶିକ୍ଷକ ସୁଭାଷ ପଣ୍ଡା, ଯୁଧିଷ୍ଠିର ସାହୁ, ଦୀନବନ୍ଧୁ ସର୍ଦ୍ଦାର୍, ଏ ବି ମୂଖାର୍ଜୀ, ବି କେ ପାତ୍ର ଆଦିଙ୍କୁ ସମ୍ମାନିତ କରାଯିବା ସହ ୬ ଜଣ ସ୍ୱର୍ଗୀୟ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଛି  । କାର୍ଯ୍ୟକ୍ରମରେ ଏହି ଅନୁଷ୍ଠାନର ଛାତ୍ର ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ବନ ବିଭାଗରେ କାର୍ଯ୍ୟରତ ଥିବା ରେଞ୍ଜର ବିଦୁ୍ୟତ ବିଶ୍ୱାସ ଲିଖିତ ‘ବନ ମଲ୍ଲିକା' ଓ ଏହି ଅନୁଷ୍ଠାନର ଛାତ୍ର ତଥା ବିଦ୍ୟାଳୟର ସହକାରୀ ଶିକ୍ଷକ ହିମାଂଶୁ ମଣ୍ଡଳଙ୍କ ଲିଖିତ 'ମୋ ମାଲକାନଗିରି' ପୁସ୍ତକ ଉନ୍ମୋଚିତ ହୋଇଛି । କାର୍ଯ୍ୟକ୍ରମରେ ଆର୍ଥିକ ଅଭାବରେ ଥିବା ଛାତ୍ରଛାତ୍ରୀମାନେ କିଭଲି ଭଲ ପାଠ ପଢି ମେଧାବୀ ହୋଇ ପାରିବେ ଏବ୍ଂ ତାଙ୍କର ଅର୍ଥାଭାବ ଦୂର ହୋଇ ପାରିବ ସେନେଇ ଏକ ଛାତ୍ରବୃତ୍ତି ମଧ୍ୟ ଆଲୋଚନା ହୋଇଛି । ଯାହାର ସୁଫଳ ବର୍ତ୍ତମାନ ପଢୁଥିବା ଛାତ୍ରଛାତ୍ରୀମାନେ ପାଇଁ ପାରିବେ ।