ଜଙ୍ଗଲରେ ଏବେ ବି ଚାଲିଛି ସର୍ଚ୍ଚ ଅପରେସନ୍‌

ନୂଆଦିଲ୍ଲୀ:  ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା କୁଲାରିଘାଟ ଜଙ୍ଗଲରେ ଏବେ ବି ଚାଲିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍‌ । ଗତକାଲି ରାତିରେ ମଧ୍ୟ ଅନେକ ସମୟରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ହୋଇଛି । ରାତି ସାରା ଗରିଆବନ୍ଧ ଡିଆଇଜି ଓ ସିଆରପିଏଫ୍‌ କୋବରା ଯବାନ ଉପସ୍ଥିତ ଥିଲେ । ସକାଳୁ କୁଲାରିଘାଟ ଅଞ୍ଚଳର ଭାଲୁଡିଗି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଗରିଆବନ୍ଧ ଏସ୍‌ପି ନିଖିଲ ସଖେଚା ଏହାର ମନିଟରିଂ କରୁଛନ୍ତି । ଏନ୍‌କାଉଣ୍ଟରରେ ୧୪ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୯ଜଣ ପୁରୁଷ ଓ ୫ଜଣ ମହିଳା ମାଓବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ଏସଓଜି ଯବାନ । ମୃତ ମାଓବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ନୂଆପଡ଼ା ଏସପି କହିଛନ୍ତି । ଗୁଇନ୍ଦା ସୂଚନା ଆଧାରରେ ଗତ ୧୯ ତାରିଖରୁ ମିଳିତ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସୀମାରେ ଓଡ଼ିଶା ଏସଓଜି ସମେତ ଛତିଶଗଡ଼ ସିଆରପିଏଫ୍, କୋବ୍ରା ଏବଂ ଇ-୩୦ ଯବାନ ଅପରେସନ କରୁଛନ୍ତି ।