ଏଆଇ ଜରିଆରେ ଭାରତରେ ପରିବର୍ତ୍ତନ : ୨୦୩୫ ସୁଦ୍ଧା ୧.୭ ଟ୍ରିଲିୟନ ଡଲାର ଯୋଗଦାନ କରିବ

ଏଆଇ ଜରିଆରେ ଭାରତରେ ପରିବର୍ତ୍ତନ : ୨୦୩୫ ସୁଦ୍ଧା ୧.୭ ଟ୍ରିଲିୟନ ଡଲାର ଯୋଗଦାନ କରିବ

ନୂଆଦିଲ୍ଲୀ : ଭାରତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପରିଚାଳିତ ଏକ ନୂତନ ଯୁଗରେ ଠିଆ ହୋଇଛି  । ଯେଉଁଠି ପ୍ରଯୁକ୍ତିବିଦ୍ୟା ଜୀବନକୁ ପରିବର୍ତ୍ତନ କରୁଛି ଏବଂ ଦେଶର ପ୍ରଗତିକୁ ନୂତନ ଆକାର ଦେଉଛି । ଇଣ୍ଡିଆ ଏଆଇ ମିଶନ ଏବଂ ଏଆଇ ପାଇଁ ଉତ୍କର୍ଷତା କେନ୍ଦ୍ର ଭଳି ପଦକ୍ଷେପ ଏହି ପରିବର୍ତ୍ତନର କେନ୍ଦ୍ରରେ ଅଛି । ଏଗୁଡିକ କମ୍ପ୍ୟୁଟିଂ ଶକ୍ତିକୁ ବିସ୍ତାର କରୁଛନ୍ତି, ଗବେଷଣାକୁ ସମର୍ଥନ କରୁଛନ୍ତି ଏବଂ ଷ୍ଟାର୍ଟଅପ୍‌ ଓ ଅନୁଷ୍ଠାନଗୁଡ଼ିକୁ ସମାଧାନ ସୃଷ୍ଟି କରିବାରେ ସାହାଯ୍ୟ କରୁଛନ୍ତି ଯାହା ସିଧାସଳଖ ଲୋକଙ୍କୁ ଉପକୃତ କରୁଛି । ଭାରତର ଆଭିମୁଖ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ମୁକ୍ତ, ଶସ୍ତା ଏବଂ ସୁଲଭ କରିବା ଉପରେ ଧ୍ୟାନ ଦେଇଥାଏ  । ଯାହା ଦ୍ୱାରା ନବସୃଜନ ସମଗ୍ର ସମାଜରେ ଉନ୍ନତି ଆଣୁଛି  ।

କୃତ୍ରିମ ବୁଦ୍ଧିମତା (ଏଆଇ) ଏପରି ଏକ ପ୍ରଯୁକ୍ତି ଯାହା ସାଧାରଣତଃ ମଣିଷମାନେ କରୁଥିବା କାର୍ଯ୍ୟକୁ ମେସିନଗୁଡିକୁ କ୍ଷମତା ପ୍ରଦାନ କରିଥାଏ । ଏହା ସିଷ୍ଟମଗୁଡ଼ିକୁ ଅଭିଜ୍ଞତାରୁ ଶିଖିବାକୁ, ନୂତନ ପରିସ୍ଥିତିରେ ଖାପ ଖୁଆଇବାକୁ ଏବଂ ସ୍ୱାଧୀନ ଭାବରେ ଜଟିଳ ସମସ୍ୟାର ସମାଧାନ କରିବାକୁ ସକ୍ଷମ କରିଥାଏ । ଭାରତର ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦ୍ରୁତ ଗତିରେ ବିସ୍ତାର କରୁଛି ଏବଂ ଚଳିତ ବର୍ଷ ବାର୍ଷିକ ରାଜସ୍ୱ ୨୮୦ ବିଲିୟନ ଡଲାର ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ ଇକୋସିଷ୍ଟମ୍‌ରେ ୬ ନିୟୁତରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି । ଦେଶରେ ୧,୮୦୦ରୁ ଅଧିକ ବିଶ୍ୱସ୍ତରୀୟ କ୍ଷମତା କେନ୍ଦ୍ର ରହିଛି, ଯେଉଁଥିରେ ୫୦୦ ରୁ ଅଧିକ ଏଆଇ ଉପରେ କେନ୍ଦ୍ରିତ । ଭାରତରେ ପ୍ରାୟ ୧.୮ ଲକ୍ଷ ଷ୍ଟାର୍ଟଅପ୍‌ ଅଛି, ଏବଂ ଗତ ବର୍ଷ ଶୁଭାରମ୍ଭ ହୋଇଥିବା ନୂତନ ଷ୍ଟାର୍ଟଅପ୍‌ ଗୁଡ଼ିକ ମଧ୍ୟରୁ ପ୍ରାୟ ୮୯% ସେମାନଙ୍କ ଉତ୍ପାଦ କିମ୍ବା ସେବାରେ ଏଆଇ ବ୍ୟବହାର କରିଛନ୍ତି । 

ଭାରତରେ ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇକୁ  କାର୍ଯ୍ୟକାରୀ କରିବା ଲାଗି ମାର୍ଚ୍ଚ ୨୦୨୪ରେ ଇଣ୍ଡିଆ ଏଆଇ ମିଶନକୁ କ୍ୟାବିନେଟ ମଞ୍ଜୁରି ମିଳିଥିଲା । ପାଞ୍ଚ ବର୍ଷର ଅବଧି ଲାଗି ଏହି ମିଶନ ପାଇଁ ୧୦,୩୭୧.୯୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି  । ମିଶନର ଶୁଭାରମ୍ଭ ପରଠାରୁ, ଏହା ଦେଶର କମ୍ପ୍ୟୁଟିଂ ଭିତ୍ତିଭୂମି ବିସ୍ତାର କରିବାରେ ଦୃଢ଼ ଅଗ୍ରଗତି କରିଛି । ୧୦,୦୦୦ ଜିପିୟୁର ପ୍ରାରମ୍ଭିକ ଲକ୍ଷ୍ୟରୁ, ଭାରତ ବର୍ତ୍ତମାନ ୩୮,୦୦୦ ଜିପିୟୁ ହାସଲ କରିଛି, ଯାହା ବିଶ୍ୱସ୍ତରୀୟ ଏଆଇ ସମ୍ବଳଗୁଡ଼ିକୁ ସୁଲଭ ଉପଲବ୍ଧତା ପ୍ରଦାନ କରୁଛି । ଜିପିୟୁ ବା ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍‌ ହେଉଛି ଏକ ଶକ୍ତିଶାଳୀ କମ୍ପ୍ୟୁଟର ଚିପ୍‌ ଯାହା ମେସିନଗୁଡିକୁ ଦ୍ରୁତ ଗତିରେ ଭାବିବା, ଇମେଜଗୁଡିକୁ ପ୍ରୋସେସ୍‌ କରିବା, ଏଆଇ କାର୍ଯ୍ୟକ୍ରମ ପରିଚାଳନା କରିବା ଏବଂ ଏକ ନିୟମିତ ପ୍ରୋସେସର ତୁଳନାରେ ଜଟିଳ କାର୍ଯ୍ୟଗୁଡିକୁ ଦକ୍ଷ ଭାବେ ପରିଚାଳନା କରିବାରେ ସହାୟକ ହୋଇଥାଏ ।