ଜଣ୍ଡିସରେ ଛାତ୍ରୀଙ୍କ ମୃତୁ୍ୟ ପରେ ପହଞ୍ଚôଲା ସ୍ୱାସ୍ଥ୍ୟ ଟିମ୍

ବରୀ : ଗୋଟେ ପଟେ ଝାଡ଼ାବାନ୍ତିକୁ ନେଇ ଲୋକେ ଚିନ୍ତାରେ ରହିଥିବା ବେଳେ ବରୀ ବ୍ଲକ ଅଞ୍ଚଳରେ ଜଣ୍ଡିସର ଭୟ ଘାରିଛି । ତେବେ ଜଣେ ଛାତ୍ରୀଙ୍କ ମୃତୁ୍ୟ ଘଟିବା ପରେ ଆକ୍ରାନ୍ତଙ୍କୁ ଝଡ଼ାଫୁଙ୍କା ଚିକିସôା କରାଯାଉଥିବା ଖବର ପାଇ ଆଜି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ବୋଦୁଅ ପଞ୍ଚାୟତ ୧୬ ନଂ ୱାର୍ଡ଼ରେ ପହଞ୍ଚି ଲୋକଙ୍କୁ ସଚେତନ କରିଥିଲା । ଖବର ଥାଉକି ୧୫ଦିନ ପୂର୍ବରୁ ଗ୍ରାମୀ ଭୀମସେନ ମଲିକଙ୍କ ୭ମ ଶ୍ରେଣୀରେ ପଢୁଥିବା ଝଅ ତୁଳସୀ(୧୨) ଜଣ୍ଡିସରେ ଆକ୍ରାନ୍ତ କାରଣରୁ ମୃତୁ୍ୟ ଘଟିଥିଲା । ଯାହା ସଂପୃକ୍ତ ଗ୍ରାମରେ ଜଣ୍ଡିସ ଡ଼ରାଇବାକୁ ଲାଗିଥିଲା । ଉକ୍ତ ରୋଗରୁ ସୁସ୍ଥ ହେବା ପାଇଁ ଲୋକମାନେ ଝଡା ଫୁଙ୍କା କରୁଥିବା ପ୍ରଚାର ହେବା ପରେ ବରୀ ଗୋଷ୍ଠୀର ଏକ ଡାକ୍ତର ଟିମ ଓ ବ୍ଲକ ପ୍ରଶାସନ ମିଳିତ ଭାବେ ଦଳିତ ସାହିରେ ପହଁଚି ଲୋକମାନଙ୍କୁ ସଚେତନ କରିଥିଲେ । ପାଣିଫୁଟାଇ ପିଇବା, ପରିସ୍କାର ପରିଚ୍ଛନ୍ନତା ରହିବା ଯାହାକୁ ଜଣ୍ଡିସ ହେଉଛି ତାହାର ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ କହିଥିଲେ । ବ୍ଲକର ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠିଙ୍କ ସହିତ ବିପିସି ମିଶନଶକ୍ତି ଜ୍ଞାନେନ୍ଦ୍ର କୁମାର ନାୟକ, ଅଙ୍ଗନବାଡ଼ି ସୁପରଭାଇଜର ସୁଜାତା ବେହେରା, ବରୀଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶଶୀକାନ୍ତ ସାହୁ, ଏଲଟିବିଜୟ ନନ୍ଦ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଫୁଲ ନାୟକ,ଏନଏମ ମୋନାଲି ମହାପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜିତଜୟ ପ୍ରସାଦ,ସ୍ୱାସ୍ଥ୍ୟକର୍ମୀ ବିକାଶ ମଲ୍ଲିକ, ଆଶା, ଅଙ୍ଗନବାଡକର୍ମୀ ଉପସ୍ଥିତ ରହି ୧୫ ଉଦ୍ଧ୍ୱର୍ ଛୋଟରୁ ବଡ଼ ଲୋକଙ୍କ ରକ୍ତ ନମୁନା ପରୀକ୍ଷା ନେବା ସହିତ ୩ଟି ନଳକୂପର ପାଣି ଜଣେ ଲୋକ ଝାଡ଼ା ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ନେଇଥିଲେ । ଏହାସହ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରି ଝଡା ଫୁଙ୍କା ନକରି ସ୍ୱାସ୍ଥ୍ୟକର୍ମୀ ତୁରନ୍ତ ଜଣାଇବାକୁ କହିଥିଲେ ।