ୟୁନିୟନ କାର୍ୟ୍ୟାଳୟ ଭଙ୍ଗାରୁଜା ଘଟଣା, ୨ ଗିରଫ

 କାଳିଆପାଣି : ଏସଆରସିକେଏମଏସ ଶ୍ରମିକ ୟୁନିୟନ ଘର ଭଙ୍ଗାରୁଜା ଘଟଣାରେ କାଳିଆପାଣି ପୁଲିସ ୨ ଜଣକୁ ଗିରଫ କରିଛି । ୟୁନିୟନର ସାଧାରଣ ସମ୍ପାଦକ ଭରତ ମହାନ୍ତଙ୍କ ଏତେଲା କ୍ରମେ ପୁଲିସ ୩୭/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଆଜି ଦୁଇ ଅଭିଯୁକ୍ତ ଲଷ୍ମୀଧର ମୁଣ୍ଡା ଓ ବିଶାଲ ମୁର୍ମୁକୁ ଗିରଫ କରି କୋର୍ଟଚାଲାଣ କରିଛି । ଘରଭଙ୍ଗା ଘଟଣାର ଅନ୍ୟ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି । ଅନ୍ୟପକ୍ଷରେ କୋର୍ଟ ଚାଲାଣ ଅଭିଯୁକ୍ତ ଲଷ୍ମୀଧରଙ୍କ ସ୍ତ୍ରୀ ପାଲଟା ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କି ଗତକାଲି ରାତିରେ ତାଙ୍କ ସ୍ୱାମୀଙ୍କୁ ମାଡ ମାରିବା ସହ ତାଙ୍କୁ ଅସଦାଚରଣ କରିଥିଲେ । ଏଭଳି ଅଭିଯୋଗ ଉପରେ ପୁଲିସ ତଦନ୍ତ କରୁଛି ବୋଲି ଥାନାଧିକାରୀ ଶିବଚରଣ ବେହେରା କହିଛନ୍ତି ।