ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

 ଯାଜପୁର : ବୈରୀ ଥାନା ଛତିଆ ବସ୍ଷ୍ଟାଣ୍ଡ ନିକଟରେ ଭୟଙ୍କର ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । କୋର୍ଟଚାଲାଣ ହୋଇଯାଇଥିବା ଅଭିଯୁକ୍ତ ଜେନାପୁର ଥାନା ଅଧୀନ ଏଣ୍ଡଳବା ପଞ୍ଚାୟତର ବାଘୁଆ ବାରଣା ଗ୍ରାମର କୈଳାଶ ବିଶ୍ୱାଳଙ୍କ ପୁତ୍ର ଇନ୍ଦ୍ରମଣୀ (୪୫) ହୋଇଥିବା ବେଳେ ପୁଲିସ ତା ନିକଟରୁ ବେଆଇନ ବିସ୍ପୋରକ ଜବତ କରିଥିବା ଜଣାପଡ଼ିଛି । ଖବର ଥାଉକି ଗଲାମାସ ୧୩ ତାରିଖ ଅପରାହ୍ନରେ ୧୬ନଂ ଜାତୀୟ ରାଜପଥ ବୈରୀ ଥାନା ଅନ୍ତଗର୍ତ ଛତିଆ ବସ୍ଷ୍ଟାଣ୍ଡ ନିକଟରେ ଭୟଙ୍କର ବିସ୍ଫୋରଣ ଘଟି ବଡ଼ଚଣା ଥାନା ଅଧିନସ୍ଥ  ରାମ ପିଙ୍ଗୁଆ (୩୯) ଓ ଚଣ୍ଡିତଳ ଗ୍ରାମରେ ରହୁଥିବା ମଂଟୁ ପାତ୍ର (୪୧)ଙ୍କ ଘଟଣା ସ୍ଥଳରେ ମୃତୁ୍ୟ