ଜଳ ବିଦୁ୍ୟତ ନିଗମର ପ୍ରତିଷ୍ଠା ଦିବସ : କୋଲାବ ଜଳ ବିଦୁ୍ୟତ ପ୍ରକଳ୍ପକୁ ପୁରସ୍କୃତ
ଭୁବନେଶ୍ୱର : ଓଡ଼ିଶା ଜଳ ବିଦୁ୍ୟତ ନିଗମର ୩୦ତମ ପ୍ରତିଷ୍ଠା ଦିବସ ଆଜି ଭୁବନେଶ୍ୱର ସ୍ଥିତ ଆଇଏମଏମଟି ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗର ଅଧ୍ୟକ୍ଷ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରଦୀପ କୁମାର ଜେନା ଏହି ଉସôବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ ଓଏଚ୍ପିସି ପରିବାରର ସଦସ୍ୟ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ଉସôାହିତ କରିଥିଲେ । ଓଡ଼ିଶା ସରକାରଙ୍କ ଶକ୍ତି ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଓଡ଼ିଶା ଜଳ ବିଦୁ୍ୟତ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିଶାଲ କୁମାର ଦେବ ଏହି ଉସôବରେ ପୌରାହିତ୍ୟ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଓଏଚ୍ପିସିର ବିତ୍ତ ନିଦେ୍ର୍ଦଶକ ପ୍ରଣବ କୁମାର ମହାନ୍ତି, ଭାରପ୍ରାପ୍ତ ପରିଚାଳନା ନିଦେ୍ର୍ଦଶକ ଅମୀୟ କୁମାର ମହାନ୍ତି ଏବଂ ମାନବ ସମ୍ବଳ ନିଦେ୍ର୍ଦଶକ ସନ୍ଦୀପ ପଟ୍ଟନାୟକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଓଏଚ୍ପିସିର ବିର ନିଦେ୍ର୍ଦଶକ ପ୍ରଣବ କୁମାର ମହାନ୍ତି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।
୨୦୨୪-୨୫ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଓଡ଼ିଶା ଜଳ ବିଦୁ୍ୟତ ନିଗମର ବିଭିନ୍ନ ୟୁନିଟକୁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା । ଶ୍ରେଷ୍ଠ ପ୍ରଦର୍ଶନକାରୀ ୟୁନିଟ ଭାବେ ବାରିଣୀପୁଟ ସ୍ଥିତ ଉପର କୋଲାବ ଜଳ ବିଦୁ୍ୟତ ପ୍ରକଳ୍ପକୁ ପୁରସ୍କୃତ କରାଯାଇଥିବା ବେଳେ ଦ୍ୱିତୀୟ ଶ୍ରେଷ୍ଠ ପ୍ରଦର୍ଶନକାରୀ ୟୁନିଟ ଭାବରେ ମୂଖଗୁଡା ସ୍ଥିତ ଉପର ଇନ୍ଦ୍ରାବତୀ ଜଳ ବିଦୁ୍ୟତ ପ୍ରକଳ୍ପକୁ ସମ୍ମାନୀତ କରାଯାଇଥିଲା । ଆହୁରି ମଧ୍ୟ ଶ୍ରେଷ୍ଠ ହାଉସ କିପିଙ୍ଗ ୟୁନିଟ ଭାବେ ରେଙ୍ଗାଲି ସ୍ଥିତ ରେଙ୍ଗାଲି ଜଳ ବିଦୁ୍ୟତ ପ୍ରକଳ୍ପକୁ ପୁରସ୍କୃତ କରାଯାଇଥିଲା । ଶେଷରେ ଓଏଚ୍ପିସି ପକ୍ଷରୁ ମାନବ ସମ୍ବଳ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅନିମା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।