୮ ଗଞ୍ଜେଇ ଚାଲାଣକାରୀ ଗିରଫ
ଜୟପୁର : ଜୟପୁର ସଦର ପୁଲିସ ସବୁଦିନ ଭୋଳି ପାତ୍ରପୁଟ ପର୍ଯ୍ୟନ୍ତ ତନଖୁ ଥିବା ସମୟରେ କଞ୍ଜେଇ ମାଳିଗୁଡା ଗ୍ରାମ ନିକଟରେ ଦୃତ ଗତିରେ ଯାଉଥିବା ଚାରୋଟି ଦାମୀ କାରକୁ ଅଟକାଇ ଥିଲା । ସେମାନେ ଅଟକି ନରହି ପୁଲିସ ଉପରକୁ ଗୁଳି ଚଳାଇଥିଲେ । ଶେଷରେ ସେମାନେ ପୁଲିସ ଫାଶରେ ପଡ଼ିଯାଇଥିଲେ । ପୂର୍ବରୁ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଛି । ସମ୍ପୃକ୍ତ ଆଠ ଜଣଙ୍କୁ ଗିରଫ କରିବା ସହ ଚାରି ଦାମୀ ଗାଡ଼ି, ଦଶଟି ମୋବାଇଲ, ଦୁଇଟି ଦେଶୀ ପିସ୍ତଲ ସହ ୩୪୦.୪ କିଲୋ ଗଞ୍ଜେଇ ଜବତ କରିଥିଲେ । ଏଥିଯୋଗୁଁ ଜିଲ୍ଲା ପୁଲିସ ପ୍ରଶାସନକୁ ସଧାରଣରେ ପ୍ରଶଂସା କରାଯାଇଛି । କୋରାପୁଟ ପୁଲିସ ଆରକ୍ଷୀ ଅଧିକ୍ଷକ ରହିତ ବର୍ମାଙ୍କ ନିଦେ୍ର୍ଦଶକ୍ରମେ ଏଏସପି ମୋନୋଜ କୁମାର ପୁଜାହାରି ଓ ଜୟପୁର ଉପଖଣ୍ଡ ପୁଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ଟାଉନ ଥାନା ଅଧିକାରୀ ଇଶ୍ୱର ତାଣ୍ଡି ଓ ପୁଲିସ ଦଳ ସାମିଲ ଥିଲେ । ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସଦର ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କାର୍ତ୍ତିକ ବାଗ, ରବୀନ୍ଦ୍ର ବାରିକ, ରଞ୍ଜିତ ବାଗ, ଗୌତମ ବାଗ, ରବୀନ୍ଦ୍ର ସାମଲ, କର୍ଣ ହରିଜନ, ସନୁ ମଙ୍ଗ୍ରୀୟା, ରାହୁଲ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ବେଆଇନ ଉପାର୍ଜିତ ଅର୍ଥର ତଦନ୍ତ କରିବା ନିମନ୍ତେ ଅଧିକୃତ ସଂସ୍ଥାକୁ ଦିଆଯିବା ସହ ଅପରାଧୀଙ୍କୁ ଅପରାଧ କରିବାରୁ ନିବୃତ ରହିବାକୁ ଏକ ପ୍ରେସ ବିବୃତିରେ ଆରକ୍ଷୀ ଅଧିକ୍ଷକ ଚେତାବନୀ ଦେଇଛନ୍ତି ।