ମାଡ଼ିଗଲା ଅଜଣା ଗାଡ଼ି, ୨ ମୃତ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସମ୍ବଲପୁର ଜାତୀୟ ରାଜପଥ ୨୬ର ମାଧିଆପାଲି ନିକଟରେ ୨ ଯୁବକଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଆଜି ସକାଳେ ୨ ଯୁବକଙ୍କ ମୃତଦେହ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବରକୁ ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତଦେହ ନିକଟରେ ପଡ଼ିଥିବା ବାଇକ୍କୁ ଜବତ କରି କରିଛି। ଦୁଇ ଯୁବକ ବାଇକ୍ରେ ଯାଉଥିବା ବେଳେ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।