ଜାତୀୟ ଶିକ୍ଷାନୀତି ଶୀର୍ଷକ ଆଲୋଚନାଚକ୍ର 

ାା ପ୍ରଭାନୁ୍ୟଜ ।ା ଚଣ୍ଡିଖୋଲ: ଶିକ୍ଷା ମଣ୍ଡଳ ଅଧିନସ୍ଥ ନୁଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ଭାରତୀୟ, ଜ୍ଞାନ ବ୍ୟବସ୍ଥା ଓ ଜାତୀୟ ଶିକ୍ଷା ନୀତି ୨୦୨୦ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ବିଶ୍ୱବିଦ୍ୟାଳୟ ତିରୁପତିର ପ୍ରାକ୍ତନ କୁଳପତି ଡକ୍ଟର. ହରେକୃଷ୍ଣ ଶତପଥୀ ଯୋଗଦେଇ ବାସ୍ତବ ଶିକ୍ଷା କେବଳ ଜ୍ଞାନ ଆହରଣ କରିବାର ଏକ ସୁଯୋଗ ନୁହେଁ ବରଂ ସମାଜରେ ନ୍ୟାୟ, ସମକକ୍ଷ ଏବଂ ସର୍ବ ଭାରତୀୟ ସ୍ୱୀକୃତି ପାଇବା ପାଇଁ ଏକ ମାଧ୍ୟମ । ଏହା ଆତ୍ମ ବିଶ୍ୱାସର ବିକାଶ କରେ ଏବଂ ବ୍ୟକ୍ତିର ବ୍ୟକ୍ତିତ୍ୱ ଗଠନରେ ସାହାଯ୍ୟ କରେ ବୋଲି କହିଥିଲେ । ଏଥିସହିତ, ସବୁଜ ଶସ୍ୟ ଶ୍ୟାମଳା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ପ୍ରତିଷ୍ଠିତ ମହାବିଦ୍ୟାଳୟଟି, ଗୁରୁକୂଳ ଆଶ୍ରମର ଭ୍ରମ ସୃଷ୍ଟି କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଶୃଙ୍ଖଳା ଜ୍ଞାନ, ଅଧ୍ୟକ୍ଷ, ଅଧ୍ୟାପକ ଅଧ୍ୟାପିକା ମାନଙ୍କ କର୍ତ୍ତବ୍ୟ ନିଷ୍ଠାର ପ୍ରଶଂସା କରିବା ସହ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ, ସ୍ୱଚ୍ଛତାକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦର୍ଶ୍ୟ ପ୍ରଫେସର ସସ୍ମିତ୍ ପ୍ରାସାଦ ପାଣି ଜାତୀୟ ଶିକ୍ଷା ନୀତିର ବିଶ୍ଳେଷଣ କରିବା ସହିତ ଆମେ ଅତୀତକୁ ଫେରିପରିବକ୍ଷନି କିନ୍ତୁ ସଦା ଆଗକୁ ଉନ୍ନତି କରିବାକୁ ହେଲେ ଅତୀତର ଜ୍ଞାନ କୌଶଳକୁ ଭିତିଭୂମି ରୂପେ ଗ୍ରହଣ କରି ନିଜର ସ୍ୱାଭିମାନ ରଖି ଅଗ୍ରସର ହେବା ସହିତ ଭାରତୀୟ, ପାରମ୍ପାରିକ ଶିକ୍ଷାରେ ଆଧୁନିକ ଜ୍ଞାନ କୌଶଳ ମିଶ୍ରଣରେ ଭାରତୀୟ, ଜ୍ଞାନ, ବିଜ୍ଞାନ ଦର୍ଶନକୁ ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦେଇଥିଲେ ପ୍ରାଧ୍ୟାପକ ପ୍ରମୋଦ କୁମାର ଖଣ୍ଡ ।