ରାସ୍ତା ଉପରେ ହେଉଛି ରାସ୍ତା ନିର୍ମାଣ , ବ୍ୟବହୃତ ହେଉଛି ପଙ୍କୁଆ ବାଲି
ାା ପ୍ରଭାନୁ୍ୟଜ ।ା କାଳିଆପାଣି : ଆର୍ଥôକ ବର୍ଷ ୨୩-୨୪ରେ ଧବାହାଳି ଗ୍ରାମରେ ଜିଲା ଖଣିଜ ପାଣ୍ଠିରୁ ଅର୍ଥ ବିନିଯୋଗ ହୋଇ ଏକ ଢ଼ଳେଇ ରାସ୍ତା ନିର୍ମାଣ ହୋଇଥିଲା । ବର୍ତ୍ତମାନ ସେହି ରାସ୍ତା ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗରେ ହୁଡ଼ିସାହି ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥିବା ବେଳେ ଏହି ନୂତନ ଭାବରେ ନିର୍ମିତ ହୋଇଥିବା ରାସ୍ତା ଉପରେ ଢଳାଇ କାର୍ଯ୍ୟ କରିଥିବାର ଅଭିଯୋଗ ହୋଇଛି । ଏହି ରାସ୍ତା କଂକ୍ରିଟ ରାସ୍ତା କାର୍ଯ୍ୟରେ ବ୍ୟବହୃତ ହେଉଥିବା ବାଲି ପାଙ୍କୁଆ ବାଲି ହୋଇଥିବାରୁ ପଙ୍କ ମିଶା ବାଲି ଥିବା ସ୍ଥାନରେ ଖାଲ ସୃଷ୍ଟି ହେଲାଣି । ନୂତନ କଂକ୍ରିଟ ଢଳାଇ ପକାଇବାର ମାସେ ନପୁରୁଣୁ ରାସ୍ତାରେ ଖାଲ ସୃଷ୍ଟି ହେଇଛି । ବର୍ଷ ବର୍ଷ ଧରି ତିଷ୍ଟି ରହିବା ପାଇଁ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ନିମ୍ନମାନର ରାସ୍ତା ନିର୍ମାଣ କରି ଠିକାଦାର ବ୍ୟାପକ ଅର୍ଥ ହରିଲୁଟ କରିବା ପାଇଁ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀ ନିଯୁକ୍ତି ହୋଇଥିଲେ ମଧ୍ୟ କାର୍ଯ୍ୟ ଚାଲିଥିବା ସ୍ଥାନକୁ କେବେ ତଦାରଖ କରିବା ପାଇଁ ଆସୁନାହାଁନ୍ତି କି ଏହି ସଂକ୍ରାନ୍ତରେ ମତାମତ ପାଇଁ ଫୋନ୍ ମାଧ୍ୟମରେ ଯୋଗାଯୋଗ କଲେ ମଧ୍ୟ ଫୋନ୍ ଉଠାଉ ନାହାନ୍ତି । ଏଠି ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ସରକାରୀ ଅର୍ଥ ହରିଲୁଟ କରିବାକୁ ଉଦ୍ୟମ ଚଳାଇଛନ୍ତି ।