ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିରରେ ପଞ୍ଚୁକ ବ୍ରତ ଆରମ୍ଭ

ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ଧର୍ମ ମାସ କାର୍ତ୍ତିକ ମାସରେ ଆନନ୍ଦପୁରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନଜିୟୁ ମନ୍ଦିର ପରିସରରେ ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ । ଅଁଳା ନବମୀ ଠାରୁ ହବିଷ୍ୟାଳୀ ମନ୍ଦିର ପରିସରରେରେ ଥିବା ବୃନ୍ଦାବତୀଙ୍କ ବେଢାରେ ରାଇଦାମୋଦରଙ୍କ ପୂଜା କରିବା ସହିତ ବୃନ୍ଦାବତୀଙ୍କ ବନ୍ଦାପନା କରିଥିଲେ । ହବିଷ୍ୟାଳୀ ମାନଙ୍କ ପୂଜା ସମୟରେ ଶଙ୍ଖ ହୁଳହୁଳିରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା । ହବିଷ୍ୟାଳୀ ମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିବା ପରେ ବୃନ୍ଦାବତୀଙ୍କ ବେଢାରେ ରାଧା ଦାମୋଦର ଏବଂ ରାଧାକୃଷ୍ଣଙ୍କ ଯୁଗଳ ମୁରତୀ ରଖି ପୂଜା କରିବା ସହିତ କାର୍ତିକ ମାହାତ୍ମ୍ୟ ଗାନ କରୁଛନ୍ତି । ସେହିପରି ପ୍ରତିବର୍ଷ ପରି ଚଳିତ ବର୍ଷ ଆନନ୍ଦପୁର ସାଂସ୍କୃତିକ ପରିଷଦ ପକ୍ଷରୁ ଭାଗବତ ପ୍ରଚାର ପ୍ରସାର ସମିତି ଏବଂ ମନ୍ଦିର ପରିଚାଳନା କମିଟିର ମିଳିତ ଆନୁକୂଲ୍ୟରେ ମନ୍ଦିର ପରିସରରେ ପଞ୍ଚୁକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ।