ଆୟୁଷ୍ମାନ ଆରୋଗ୍ୟ ଶିବିର
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଶିଖପାଲ୍ଲୀ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମଭି-୧୯ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସା ଅଧିକାରୀ ଡ.ମହେଶ କୁମାର ବାରିକ, ଶିଖପାଲ୍ଲୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱର୍ଣ୍ଣପ୍ରଭା ରାମ, ମହିଳା ସ୍ୱାସ୍ଥ୍ୟ କର୍ମୀ ସନ୍ତୋଷୀ ରାୟ ଯୋଗ ଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟ ଯାଂଚ କରି ଔଷଧ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟତଃ ମାଆ ଓ ଶିଶୁର ଯନô, ବୃଦ୍ଧବୃଦ୍ଧାଙ୍କ ଯନô, କିଶୋରୀ ସ୍ୱାସ୍ଥ୍ୟର ଯନô, ଅଣସଂକ୍ରମିତ, ସଂକ୍ରମିତ ରୋଗ, ଆଖିର ଯନô, ପାଟିର ଯନô, ମାନସିକ ସ୍ୱାସ୍ଥ୍ୟ, ଜରୁରୀକାଳୀନ ସେବା, ସାଧାରଣ ରୋଗର ଚିକିସôା ସହ ବିଭିନ୍ନ ୧୨ଟି ସେବା ପ୍ରଦାନ କରାଯାଇଛି । ଏହାବ୍ୟତୀତ ରକ୍ତଚାପ, ମ୍ୟାଲେରିଆ, ମଧୁମେୟ ଓ ରକ୍ତହୀନତା ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ଆଖପାଖ ୫ଟି ଗ୍ରାମର ପ୍ରାୟ ୫୦ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିବା ବେଳେ ମୋଟ ୮୦ଜଣ ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । ଏହି ଶିବିରକୁ ଅଙ୍ଗନବାଡ଼ି କର୍ମୀ ରଶ୍ମିତା କବାସୀ ଓ ୫ ଜଣ ଆଶା କର୍ମୀ ସହଯୋଗ କରିଥିଲେ ।