ସାଂସଦ ଖେଳ ମହୋତ୍ସବ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା : ସାଂସଦ ଖେଳ ମହୋସôବର ସଫଳତା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୨ ବର୍ଷରୁ ୨୪ ବର୍ଷ ମଧ୍ୟରେ ଥିବା ବାଳକ ବାଳିକା ଓ ଯୁବକ ଯୁବତୀ ମାନେ ଏଥିରେ ଅଂଶ ଗ୍ରହଣ କରିପାରିବେ । ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡା ସାଂସଦୀୟ କ୍ଷେତ୍ରର ପ୍ରାୟ ୫୦ ହଜାର ପ୍ରତିଯୋଗୀ ନାମ ରେଜେଷ୍ଟ୍ରି କରିଥିବା ବେଳେ ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜିକରଣ କାର୍ଯ୍ୟ ବଳବତ୍ତର ରହିଛି । ଚଳିତ ମାସ ୨୮ ତାରିଖ ଠାରୁ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଏହି ଖେଳ ମହୋସôବ ୩ଟି ସ୍ତରରେ ଅନୁଷ୍ଠିତ ହେବ । ପ୍ରଥମେ ଜୋନ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀ ମାନେ ବ୍ଲକ ସ୍ତରର ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ । ୧ ବ୍ଲକ ସ୍ତରରେ ସଫଳ ହୋଇଥିବା କ୍ରୀଡାବିତ୍ ମାନେ ସାଂସଦୀୟ କ୍ଷେତ୍ରର ପ୍ରତିଯୋଗିତ ରେ ଅଂଶ ଗ୍ରହଣ କରିବେ । ଆୟୋଜିତ ଏହି ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ରାଜ୍ୟ ପରିଷଦ ସଭ୍ୟ ଦୁର୍ଯେ୍ୟାଧନ ସାହୁ, ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ସାଂସଦଙ୍କ ପ୍ରତିନିଧି ମହମ୍ମଦ ସଲିମ ଖାନ, ସୁନାକର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।