ଜାତୀୟ ସ୍ୱପରାୟଣତା ସମ୍ମିଳନୀ
ଭୁବନେଶ୍ୱର : ଆଜି ଭୁବନେଶ୍ୱରର ଲୋକସେବା ଭବନ ବିଶ୍ୱ ସ୍ୱପରାୟଣ ସଚେତନତା ଦିବସ ପାଳନରେ ସ୍ୱପରାୟଣତା ଉପରେ ଜାତୀୟ ସମ୍ମିଳନୀ ଆୟୋଜନ କରିଥିଲା । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଇନଷ୍ଟିଚୁ୍ୟଟ୍ ଅଫ୍ ହେଲ୍ଥ ସାଇନ୍ସେସ୍ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ସରକାରୀ ଅଧିକାରୀ, ଡାକ୍ତରୀ ବିଶେଷଜ୍ଞ ଏବଂ ଭିନ୍ନକ୍ଷମ ଅଧିକାର କର୍ମୀମାନେ ଏକତ୍ର ହୋଇ ବର୍ଦ୍ଧିତ ସଂଖ୍ୟକ ଅଟିଜିମ୍ମାମଲା ଏବଂ ଉନ୍ନତ ସହାୟତା ବ୍ୟବସ୍ଥାର ଜରୁରୀ ଆବଶ୍ୟକତାକୁ ଚର୍ଚ୍ଚା କରିଥିଲେ । ସମ୍ମାନିତ ଅତିଥି ଭାରତୀୟ ପୁନର୍ବାସ ପରିଷଦର ଅଧ୍ୟକ୍ଷ ଡକ୍ଟର ଶରଣଜିତ କୌର ଚିକିସôା ପୁନର୍ବାସରେ ତାଲିମ ପ୍ରାପ୍ତ ପେସାଦାରଙ୍କ ବିଶ୍ୱସ୍ତରୀୟ ଅଭାବ ବିଷୟରେ ଚର୍ଚ୍ଚା କରିଥିଲେ । ମୁଖ୍ୟ ଅତିଥି ଅନୁ ଗର୍ଗ ଯୋଜନା ଓ ଉନ୍ନୟନ କମିଶନର, ଓଡ଼ିଶା ପୁନର୍ବାସ ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ ନିରନ୍ତର ସମର୍ଥନ ବିଷୟରେ ସମାବେଶକୁ ଆଶ୍ୱାସନା ଦେଇଥିଲେ ।