ଆର୍ସିଆଇ ଅଧ୍ୟକ୍ଷାଙ୍କ ସହ ଉନ୍ନୟନ କମିଶନରଙ୍କ ଆଲୋଚନା ସ
ଭୁବନେଶ୍ୱର : ଆଜି ବିଶ୍ୱ ସ୍ୱପରାୟଣ (ଅଟିଜିମ୍) ସଚେତନତା ଦିବସ ଅବସରରେ ଭୁବନେଶ୍ୱରରେ ଆୟାଜିତ ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଭାରତୀୟ ପୁନର୍ବାସ ପରିଷଦ (ଆରସିଆଇ)ର ଅଧ୍ୟକ୍ଷା ଡକ୍ଟର ଶରଣଜିତ କୌର ସମ୍ମିଳନୀ ପରେ ଲୋକସେବା ଭବନରେ ଓଡ଼ିଶା ରାଜ୍ୟ ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ରାଜ୍ୟରେ ସ୍ୱପରାୟଣ ପିଲାମାନଙ୍କ ଚିକିସôା ଓ ଶିକ୍ଷା ପାଇଁ ମିଳିତ ପ୍ରୟାସ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବା ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ସାକ୍ଷାତ ଅବସରରେ ଡକ୍ଟର କୌର ଏ କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ବାଣ୍ଟିବା ସହିତ ଓଡ଼ିଶାରେ ସ୍ୱପରାୟଣ ବ୍ୟକ୍ତିଙ୍କ ପାଇଁ ପୁନର୍ବାସ ସେବାକୁ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ପରିଷଦର ଉସôର୍ଗୀକୃତ ମନୋଭାବ ଓ ଏହାର ସୁଯୋଗ ସଂପର୍କରେ ଉନ୍ନୟନ କମିଶନରଙ୍କ ସହିତ ଆଲୋଚନା କରିଥିଲେ । ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର, ବିଭିନ୍ନ ବିଦ୍ୟାଳୟ, ସ୍ୱତନ୍ତ୍ର ବିଦ୍ୟାଳୟରେ ସ୍ୱପରାୟଣ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିସôା ଓ ପ୍ରଶିକ୍ଷଣ, ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନର ଆବଶ୍ୟକତା ସହ ପୁନର୍ବାସ ଭିରିଭୂମିର ବିକାଶ ପାଇଁ ସରକାରଙ୍କ ନିରନ୍ତର ସମର୍ଥନ ରହିଥିବା ସଂପର୍କରେ ପ୍ରକାଶ କରିଥିଲେ । ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଆର୍ଏସ୍ ଗୋପାଳନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।