ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକ

କେନ୍ଦୁଝର : କେନ୍ଦୁଝର ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇାଯାଇଛି । ସ୍ଥାନୀୟ ସମବାୟ ବ୍ୟାଙ୍କ ସଭା କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସଭାପତି ବିଭୂତି ପଟ୍ଟନାୟକ ପରିଚାଳନା କରିଥିବା ବେଳେ ସମ୍ପାଦକ ଶରତ ଚନ୍ଦ୍ର ଦାସ ବିବରଣୀ ପାଠ କରିଥିଲେ  । ଗତ ୨୨ ତାରିଖରେ ଅନୁଷ୍ଠତ ହୋଇଥିବା କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତିକୁ ସାଧାରଣ ବୈଠକରେ ଦୃଢ଼ୀକରଣ କରାଯାଇଥିବା ବେଳେ ଅନ୍ୟ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ପୂର୍ବତନ ସଭାପତି ନିରଞ୍ଜନ ନାୟକଙ୍କ ଅକାଳ ବିୟୋଗରେ ସଭାପତି ପଦ ଫାଙ୍କା ପଡିଥିଲା  । ତେବେ ଏଥିପାଇଁ କ୍ଲବର ସମ୍ବିଧାନ ଅନୁସାରେ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ପଣ୍ଡାଙ୍କୁ ଭାରାପ୍ରାପ୍ତ ସଭାପତି ଭାବେ ମନୋନୀତ କରାଯାଇଛି । ସେହିପରି ନୂତନ ସଭ୍ୟ ସଂଗ୍ରହ ଉପରେ ଆଲୋଚନା କରାଯାଇ ଏକ ଯାଞ୍ଚ କମିଟି ଗଠନ କରାଯାଇଥିଲ । ଏହି କିମିଟିରେ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମିଶ୍ରଙ୍କୁ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା । ଏହି ଯାଞ୍ଚ କମିଟି ଖୁବ ଶୀଘ୍ର ବୈଠକ ଡାକି ନୂତନ ସଭ୍ୟ ସଂଗ୍ରହ ଉପରେ ଆଲୋଚନା କରି ତାଙ୍କର ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବାକୁ ସ୍ଥିର ହୋଇଥିଲା  । 
ସେହିପରି ପ୍ରେସ କ୍ଲବର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆସନ୍ତା ଜାନୁଆରୀ ମାସରେ ଏକ ସ୍ୱତନ୍ତ୍ର ବୈଠକ ଡକାଯିବାକୁ ସ୍ଥିର ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ସଭାପତି ଜୟକୃଷ୍ଣ ପଣ୍ଡା, ସମ୍ପାଦକ ଶରତ ଚନ୍ଦ୍ର ଦାସ, ବରିଷ୍ଠ ସାମ୍ବାଦିକ ବିଭୂତି ପଟ୍ଟନାୟକ, ବିନୟ ଭୂଷଣ ପଟ୍ଟନାୟକ, କ୍ଷେତ୍ରବାସୀ ମହାକୁଡ, ଅକ୍ଷୟ ପଟ୍ଟନାୟକ, ରାଜେନ୍ଦ୍ର ମହାକୁଡ, ଦେବାଶିଷ ମିଶ୍ର, ପ୍ରଣୟ ପାଣି, ମଳୟ ପାଣି, ସୁବ୍ରତ ସ୍ୱାଇଁ. ସୁଧାଂଶୁ ଶେଖର ସାହୁ, ମାନସ ରଞ୍ଜନ ତ୍ରିପାଠୀ, ରଞ୍ଜନ ତ୍ରିପାଠୀ, ଅଭୟ ମହାନ୍ତି, ମଳୟ ମହାପାତ୍ର, ବିଶ୍ୱରଞ୍ଜନ ସାହୁ, ଏଆର ଖାନ୍, ଜିତେନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ  ।