ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ: ଲାଞ୍ଚ ନେବା ସମୟରେ ଧରିଲା ଭିଜିଲାନ୍ସ

କେନ୍ଦୁଝର : ଭିଜିଲାନ୍ସ କବଳରେ କେନ୍ଦୁଝର ଉପଜିଲ୍ଲାପାଳ ଶରତ କୁମାର ଗିରି । ଜଣେ ବ୍ୟକ୍ତିଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଧରାପଡ଼ିଛନ୍ତି । ଜମିଜମା ମାମଲାରେ ଡେପୁଟି କଲେକ୍ଟର ଟଙ୍କା ନେଉଥିଲେ ବୋଲି ଜଣାପଡିଛି । ଏନଏଚଏଆଇ ପାଇଁ ଅଧିଗ୍ରହଣ କରାଯାଇଥିବା ଜମିର କ୍ଷତିପୂରଣ ରାଶି ବଣ୍ଟନ ପାଇଁ ଅଭିଯୋଗକାରୀଙ୍କଠାରୁ ଟଙ୍କା ଦାବି କରିବା ଏବଂ ନେବା ସମୟରେ ଶରତ କୁମାର ଗିରିଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ ଡେପୁଟି କଲେକ୍ଟର ଅଭିଯୋଗକାରୀ ଚିତ୍ରସେନ ବ୍ରହ୍ମଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବୁଧବାର ଉକ୍ତ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଡିଏସପି , ଭିଜିଲାନ୍ସ ସୁଧାଂଶୁ ପୂଜାରୀ ସୂଚନା ଦେଇଛନ୍ତି । ଏହା ପରେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ପଚରାଉଚରା କରିବାସହ ତାଙ୍କର ଅଫିସ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ଘରେ ଚଢାଉ ଜାରି ରହିଛି ।