ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା

 ଯାଜପୁରଟାଉନ : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ସଭା ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତରଞ୍ଜନ ନନ୍ଦଙ୍କ ନିଦେ୍ର୍ଦଶକ୍ରମେ ଯାଜପୁର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ପ୍ରାଧିକରଣ ସଚୀବ ଲିପା ମହାନ୍ତି ଅଧ୍ୟକ୍ଷତା କରିବା ସହ ସୂଚନା ପ୍ରଦାନ କରିଥିଲେ । ଅତିଥି ଆଲୋଚକ ଯାଜପୁର ମଣ୍ଡଳ ଉନ୍ନୟନ ଅଧିକାରୀ ହେମନ୍ତ ମହନ୍ତ, ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ଡ. ରୁଦ୍ରନାରାୟଣ ପୃଷ୍ଟି ଏବିଡିଓ ସାଗରିକା ମହାପାତ୍ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରମୁଖ ଯୋଗଦେଇ କାର୍ଯ୍ୟସ୍ଥଳୀରେ ମହିଳା ଉତ୍ପିଡନ ନିରାକରଣ, ପ୍ରତିଷେଦ୍ଧ ଓ ପ୍ରତିକାର ବିଷୟ ସହିତ ତଫସିଲଭୁକ୍ତ ଜାତି ଓ ଜନଜାତି ନିର୍ଯ୍ୟାତନା ସମ୍ୱନ୍ଧିତ ଆଇନ ସମ୍ୱନ୍ଧରେ ଆଲୋଚନା କରିବା ସହିତ ଅଂଶ ଗ୍ରହଣକାରୀଙ୍କ ପ୍ରଶ୍ନର ଉତର ଦେଇଥିଲେ । କମଳଲୋଚନ ରାଜ ସହକାରୀ ନିର୍ବାହୀଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ପଂଚାୟତ ସମିତିର କର୍ମଚାରୀ ସହଯୋଗ କରିଥିଲେ ।