ବିଜୁ ଛାତ୍ର ସଂଗଠନର ବିକ୍ଷୋଭ

  କନ୍ଧମାଳ /ଫୁଲବାଣୀ : ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ବିରୁଦ୍ଧରେ ଆନେ୍ଦାଳନକୁ ଓହ୍ଲାଇଛି ବିଜେଡି ଛାତ୍ର ସଂଗଠନ ।  ରାଜ୍ୟରେ ନାରୀ ନିର୍ଯାତନା, ଅସଦାଚରଣ, ଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା ବଢ଼ିଛି । ଗୋପାଳପୁର ଗଣଦୁଷ୍କର୍ମ, ଟିକାବାଲିରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଏହାର ପ୍ରତିବାଦରେ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଛାତ୍ର ବିଜେଡି ସଭପତି ସୁନୀଲ ସେଠୀ, ଜିଲ୍ଲା ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ଛାତ୍ର ଉପସଭାପତି ପ୍ରବୀଣ ବେହେରା, ବାବୁଲା ବେହେରା, ବିଷ୍ଣୁ ବେହେରା, ବ୍ଲକ୍ ସଭାପତି ସୁରଞ୍ଜିତ୍ ମଲ୍ଲିକ, ଯୁବ ସାଧାରଣ ସମ୍ପାଦକ ଦାରୁଣ ବେହେରା, କାର୍ତ୍ତିକ ସାହାଣୀ ଏବଂ କଲେଜ କ୍ୟାମ୍ପସ ଲିଡର ରାଜ୍ ସହିତ ବହୁ ମାତ୍ରାରେ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
 ବୌଦ୍ଧ,୨୬ା୬ : ବୌଦ୍ଧ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ  ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଏବଂ ବଢୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଆନେ୍ଦାଳନରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ସାମିଲ ହୋଇ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 
ନୂଆପଡା,୨୬ା୬ : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ବିଜେଡି ଯୁବ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଅଭିଷେକ ଜଗତଙ୍କ ନେତୃତ୍ୱରେ ନାରୀ ନିର୍ଯାତନା, ଗଣଦୁଷ୍କର୍ମ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ଅପପ୍ରଚାର,  ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ବିଜେଡି ଯୁବ ମୋର୍ଚ୍ଚାର ଆନେ୍ଦାଳନ ଅନୁଷ୍ଠିତ ହୋଇଥିଲା । ଏହି ଆନେ୍ଦାଳନରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଜେଡି କଳାହାଣ୍ଡି ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ବିଜେଡି ଯୁବ ରାଜ୍ୟ ସମ୍ପାଦକ  ମହମ୍ମଦ ସାଇଦ, ବିଜେଡି ଯୁବ ନେତା ସୁବିର ସିଂ ଦେଓ, ବିଜେଡି ଯୁବ ନେତା ଟିଟୁ ପାଣ୍ଡେ, ବିଜେଡି ବରିଷ୍ଠ ନେତା ହୀରାଧାର ମେହେର, ତନ୍ମୟ ବାଗ, ଚନ୍ଦନ ସାହୁ, ପ୍ରଶାନ୍ତ ବେହେରା, ବିଜୟ ପଟେଲ, ଅନୀଲ ପାତ୍ର, ସାଗର ଚରଣ ଭୋଇଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ଯୁବ ନେତା ଓ ଛାତ୍ର ନେତା ଉପସ୍ଥିତ ଥିଲେ ।