ପ୍ରବାସୀ ଓଡ଼ିଆଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ପ୍ରବାସୀ ଭାରତୀୟ ଦିବସର ତୃତୀୟ ତଥା ଉଦଯାପନୀ ଦିବସରେ ସମ୍ମିଳନୀରେ ଯୋଗ ଦେଇଥିବା ପ୍ରବାସୀ ଓଡ଼ିଆମାନଙ୍କୁ ସାକ୍ଷାତ କରିବେ । ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ ସମିଳନୀର ଭିଆଇପି ପାଭିଲିଆନ ହଲ ନମ୍ବର ଏକ (୧ ) ଠାରେ ଏହି ସାକ୍ଷାତ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ ଜଣାଯାଇଛି।