ଜେଟିପିଙ୍କୁ ଦିଆଗଲା ପ୍ରଶିକ୍ଷଣ
ପୁରୀ: ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ଜଗନ୍ନାଥ ମନ୍ଦିର ପୁଲିସମାନଙ୍କ ପାଇଁ ମଙ୍ଗଳବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । ଶ୍ରୀମନ୍ଦିରର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଓ ସୁରକ୍ଷା ପ୍ରଶାସକଙ୍କ ଉପସ୍ଥିତିରେ ଜେଟିପିମାନଙ୍କୁ ଆଚାର, ବ୍ୟବହାର, ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ପ୍ରଶିକ୍ଷଣ ଶିବରରେ ଯୋଗଦାନ କରି ଜେଟିପିମାନେ ଉସôର୍ଗିକୃତ ଭାବେ ତଥା ଉତ୍ତର ଦାୟିତ୍ୱର ସହ କାର୍ଯ୍ୟ ସଂପାଦନ କରିବା ନେଇ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ମଧ୍ୟ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।