ଖଡ଼ିଆଳ ବ୍ଲକ୍ ସିଆର୍ସିସି ସଂଘର ବୈଠକ

 ନୂଆପଡା : ଖଡ଼ିଆଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଖଡ଼ିଆଳ ମାଣିକ୍ୟଦେବୀ ସିଆରସିସି ଅରୁଣ କୁମାର ନାଗ ସଭାପତିତ୍ୱ କରିଥିଲେ । ସମସ୍ତ ସିଆରସିସିମାନଙ୍କ ସାମୂହିକ ସୁବିଧା ତଥା ବିଦ୍ୟାଳୟ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ବ୍ଲକ୍ସ୍ତରୀୟ କମିଟି ଗଠନ କରାଯାଇଥିଲା । ସର୍ବସମ୍ମତ ନିଷ୍ପତ୍ତି କ୍ରମେ ବିଭିନ୍ନ ପଦବୀରେ ଯଥାକ୍ରମେ ସଭାପତି ରୂପେ ଖଗେଶ୍ୱର ବାଗ, ଉପସଭାପତି ସୁମିତ କୁମାର ଦାଶ, ସମ୍ପାଦକ ଜଗଦୀପ କୁମାର ଦାସ, କୋଷାଧ୍ୟକ୍ଷ ବିଶ୍ୱାମିତ୍ର ବନ୍ଦିଛୋରଙ୍କୁ  ପ୍ରବଳ କରତାଳି ତଥା ସହମତିକ୍ରମେ ଚୟନ କରାଯାଇଛି । ନିର୍ବାଚିତ ସଭ୍ୟବୃନ୍ଦଙ୍କୁ ତଥା ସମସ୍ତ ସିଆରସିସିମାନଙ୍କୁ ବିଆରସିସି ଜୟଦେବ ପଣ୍ଡା ଅଭିନନ୍ଦନ ଜଣାଇ ସର୍ବଦା ଶିଶୁ କଲ୍ୟାଣରେ ବ୍ରତୀ ରହିବାକୁ ପରାମର୍ଶ ଦେଇଥିଲେ ।