ଜ୍ୟୋତି ରଥକୁ  ସ୍ୱାଗତ

 ବଡ଼ସାହି : ମୟୂରଭଞ୍ଜ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଉଦେ୍ଦଶ୍ୟରେ ୨୩ ବର୍ଷ ହେଲାଣି ବଳାଙ୍ଗୀ ମହୋସôବ କମିଟି ସାଂସ୍କୃତିକ ଜାଗରଣ ଯାତ୍ରା ମାଧ୍ୟମରେ କାର୍ଯ୍ୟ କରିଆସୁଛି । ଏହି ଅବସରରେ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତି ରଥ ସମଗ୍ର ଜିଲ୍ଲା ପର୍ଯ୍ୟାୟକ୍ରମେ ପରିକ୍ରମା କରୁଛି । ବଳାଙ୍ଗୀ ସେନା ପକ୍ଷରୁ ଆଜି ଏକ ବାଇକ୍ ଶୋଭାଯାତ୍ରା ସହିତ ଜ୍ୟୋତି ରଥ ବଡ଼ସାହି ବ୍ଲକର ଐତିହ୍ୟ ସମ୍ପନ୍ନ ହରିପୁରଗଡ ଠାରେ ପୂର୍ବାହ୍ନରେ ପହଞ୍ଚିଥିଲା । ସେଠାରୁ ବାହାରି ସ୍ଥାନୀୟ ବଡ଼ସାହି ବଜାର ଗାନ୍ଧୀ ଛକଠାରେ ପହଞ୍ଚିବା ପରେ ବଡ଼ସାହି ବଜାର ବଣିକ ସଂଘ ଓ ବଡ଼ସାହି ପ୍ରେସ କ୍ଳବ୍ ମିଳିତ ଭାବେ ଉକ୍ତ ରଥକୁ ସ୍ୱାଗତ କରିଥିଲେ । ବଳାଙ୍ଗୀ ମହୋସôବ କମିଟିର ପ୍ରତିଷ୍ଠାତା ଶରତ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସମ୍ପାଦକ ଦୀପକ ନାୟକ,ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତିଙ୍କ ସମେତ ବଳାଙ୍ଗୀ ସେନାଗଣ ଏଥିରେ ସାମିଲ ଥିଲେ ।