ନୂତନ ମୁଣ୍ଡାରୀ ବିଦ୍ୟାଳୟର ପ୍ରତିଷ୍ଠା
ବେତନଟୀ : ମୁଣ୍ଡାରୀ ଭାଷାର ସାମାଜିକ ଓ ସାମ୍ବିଧାନିକ ସ୍ୱୀକୃତି ହାସଲ ଏବଂ ମୁଣ୍ଡାରୀ ଭାଷାର ସମ୍ମାନର ସୁରକ୍ଷା ଉଦେ୍ଦଶ୍ୟରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ପକ୍ଷରୁ ମୁଣ୍ଡାରୀ ରବିବାରିଆ ବିଦ୍ୟାଳୟର ଶୁଭାରମ୍ଭ କରାଯାଇଛି । ବେତନଟୀ ବ୍ଲକ ଅନ୍ତର୍ଗତ ରଘୁପୁର ପଞ୍ଚାୟତ ନୟାବସନ୍ତପୁର (ଆଖୁପଦା) ଗ୍ରାମରେ ଏହି ନୂତନ ମୁଣ୍ଡାରୀ ବିଦ୍ୟାଳୟର ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ମୁଣ୍ଡାରୀମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ଜିଲ୍ଲା ସମ୍ପାଦକ ବୁଦ୍ଧିଆ ସିଂ, ବେତନଟୀ ବ୍ଲକ ଆବାହକ ତପନ ସିଂ, ରଘୁପୁର ପଞ୍ଚାୟତ ସରପଞ୍ଚ ବତୀ ସିଂ, ପୂର୍ବତନ ସରପଞ୍ଚ ଶତ୍ରୁଘ୍ନ ସିଂ, ଆମ୍ଭଗଡ଼ିଆ ପଞ୍ଚାୟତ ପୂର୍ବତନ ନାଏବ ସରପଞ୍ଚ ମଙ୍ଗଲ ସିଂ, ଚନ୍ଦନ ସିଂ, ରବୀନ୍ଦ୍ର ସିଂ, ସୁଭଦ୍ରା ସିଂ, ଶୁକ୍ରା ସିଂ, ଧ୍ରୁବ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ଜୟନ୍ତୀ ସିଂଙ୍କୁ ଉକ୍ତ ମୁଣ୍ଡାରୀ ରବିବାରିଆ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ ସର୍ବସମ୍ମତି ଚୟନ କରାଯାଇ ଦାୟିତ୍ୱ ଅର୍ପଣ କରାଯାଇଥିଲା । ପରିଶେଷରେ ଶ୍ରୀମତୀ ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।