ମୋବାଇଲ ଚାର୍ଜ୍‌ ବାହାନାରେ ନାବାଳିକାକୁ କୁକର୍ମ

ବୈଶିଙ୍ଗା : ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ରଙ୍ଗାମାଟିଆ ଗ୍ରାମରେ ଗୁରୁବାର ଅପରାହ୍ନରେ ମୋବାଇଲ ଚାର୍ଜ ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଷଷ୍ଠ ଶ୍ରେଣୀରେ ପଢୁଥିବା ନାବାଳିକା ଜଣଙ୍କ ତାଙ୍କ ମା ଓ ବାପା ଉଭୟ ପକ୍କା କାମ କରିବା ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ତାର୍ଜନ ମାଝୀ,୨୧ ବର୍ଷ ମୋବାଇଲ ଚାର୍ଜ କରିବା ପାଇଁ ନାବାଳିକାଙ୍କ ଘରକୁ ଆସିଥିଲେ। ତେବେ ସେତିକିବେଳେ ଘରେ କେହି ନଥିବାର ଜାଣି ଯୋର ଜବରଦସ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରି ପଳାଇଥିଲେ। ସନ୍ଧ୍ୟାରେ ମା ବାପା କାମରୁ ଫେରିବା ପରେ ଝିଅ ନିକଟରୁ ଏ ସଂପର୍କରେ ଜାଣି ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଆଜି ଶୁକ୍ରବାର ସନ୍ଧ୍ୟାରେ ତାର୍ଜନକୁ ଗିରଫ କରି ଉଭୟଙ୍କ ଡ଼ାକ୍ତରୀ ମାଇନା କରାଯିବା ପରେ ପୋକ୍‌ସୋ ଦଫାରେ ୩୦୬ ନଂରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ବାରିପଦା କୋର୍ଟ ଚାଲାଣ କରାଯାଇଛି ।