ଜୟଚଣ୍ଡୀ ପ୍ରତିଭା ସମ୍ମାନ
ଦଶରଥପୁର: ଦଶରଥପୁର ବ୍ଲକ୍ ଜୟଚଣ୍ଡୀ ନଗରସ୍ଥିତ ମା’ଜୟଚଣ୍ଡୀଙ୍କ ପୀଠରେ ଜୟଚଣ୍ଡୀ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମା’ଜୟଚଣ୍ଡୀ ପରିଚାଳନା କମିଟି ସଭାପତି ସୁଦର୍ଶନ ନାୟକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ ଯାଜପୁର ସମେତ ପଡ଼ୋଶୀ ଭଦ୍ରକ, କେନ୍ଦ୍ରାପଡ଼ା ପ୍ରମୁଖ ଜିଲାର ବହୁ କୁନି କୁନି ପ୍ରତିଭା ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗୀତାରେ ସ୍ୱାତୀ ଦାସ, ପ୍ରତାପ ପଣ୍ଡା, ଆକାଶ କୁମାର ମଲ୍ଲିକ ବିଚାରକଭାବେ ଯୋଗଦେଇଥିଲେ । ସମାଜର ୫ଟି କ୍ଷେତ୍ରରେ ପ୍ରତିଭାଧାରୀଙ୍କୁ ଜୟଚଣ୍ଡୀ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା । କୃଷିର ଉନ୍ନତି ପାଇଁ ଗରବନ୍ଧ ଗ୍ରାମର ଭ୍ରମରବର ମଲ୍ଲିକଙ୍କୁ ଅନ୍ନଦାତା ସମ୍ମାନ, ଶ୍ରୀରାମପୁର ଗ୍ରାମର କାର୍ତିକ ଯେନା ଓ ମଲ୍ଲିପୁର ଗ୍ରାମର ଶିବ ପ୍ରସାଦ ନାୟକଙ୍କୁ କଳାକାର ସମ୍ମାନ, ଜୟଚଣ୍ଡୀ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ, ଇଟାପଡ଼ା ଗ୍ରାମର ଶଶଧର ନାୟକ ଓ ଦୁଦୁରାଆ ଗ୍ରାମର ଚକ୍ରଧର ଓଝାଙ୍କୁ ଶିକ୍ଷା ଦର୍ପଣ ସମ୍ମାନ, ସମାଜସେବା ପାଇଁ ଓଳସାହି ଗ୍ରାମର ଡ.ହରିଶ୍ଚନ୍ଦ୍ର ପଣ୍ଡା, ଭଦ୍ରକର ରମାକାନ୍ତ ମଣ୍ଡଳ ଓ ଇନ୍ଦୁମତୀ ସାହୁଙ୍କୁ ସମ୍ମାନୀତ କରାଯାଇଥିବାବେଳେ କ୍ରୀଡ଼ାର ପ୍ରତିଭା କ୍ଷେତ୍ରରେ ରଗ୍ବୀ ଖେଳ ପାଇଁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ ଯାଇଥିବା ଖେଳାଳୀ ସାଇ ସତ୍ୟବ୍ରତ ସାହୁ ଓ ଶୁଭଜିତ ମହାପାତ୍ରଙ୍କୁ ସମ୍ମାନୀତ କରାଯାଇଥିଲା । ସମାଜସେବୀ ଦେବବ୍ରତ ନାୟକଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ସମାଜସେବୀ ଦେବବ୍ରତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।