ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେଲେ ପ୍ରୀତି 

 ରଗଡ଼ି : ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ କୋରେଇ ବ୍ଲକ୍ ଅନ୍ତର୍ଗତ ପଛିକୋଟ ପଞ୍ଚାୟତ ପରମାନନ୍ଦପୁରର ମା' କାମୁଣ୍ଡେଇଙ୍କ ତୃତୀୟ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ପ୍ରଶାନ୍ତ ପଣ୍ଡା, ବୈକୁଣ୍ଠ ତ୍ରିପାଠୀ, ଶ୍ରୀଧର ଆଚାର୍ଯ୍ୟ ଓ ଅଭୟ ମିଶ୍ର ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ । ପୂର୍ଣ୍ଣଚନ୍ଦ୍ର ସାହୁ, ପଞ୍ଚାନନ ଆଚାର୍ଯ୍ୟ, ସାରଦା ପ୍ରସନ୍ନ ସାହୁ, ନରେନ୍ଦ୍ର କୁମାର ସାହୁ, ଜିତେନ୍ଦ୍ର କୁମାର ରାଉତ, ବୈଦ୍ୟନାଥ ରାଉତ, ନିରଞ୍ଜନ ବେହେରା, ସୁବ୍ରତ ସୌରଭ ମହାପାତ୍ର, ବିଜୟ କୁମାର ଖଟୁଆ, ଦିଲ୍ଲୀପ କୁମାର ସ୍ୱାଇଁ, ଚନ୍ଦନ କୁମାର ପତି, ସୁବାସ ରାଉତ, ଦିଲ୍ଲୀପ ରାଉତ ଓ କଳାକାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଘଡ଼ାଇ ପଛିକୋଟଗଡ଼ରେ ଆୟୋଜିତ ଲକ୍ଷ୍ମୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଓ ଆଇଚପୁରରେ ହନୁମାନଙ୍କ ବାର୍ଷିକ ଯଜ୍ଞ ଉତ୍ସବରେ ଯୋଗ ଦେଇଥିଲେ ।