ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ଦଶରଥପୁର: ଏହି ବ୍ଲକ୍ ଦକ୍ଷିଣବନ୍ଧ ଉକ୍ରଳ ଗୌରବ ଉଚ୍ଚ ବିଦ୍ୟାଳୟର ୨୦୦୯ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେବ୍ୟାଚ୍ର ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ସମୟରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଯୋଗଦେଇ ନିଜ ନିଜର ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିଲେ । ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱ ଓ ପୁରାତନ ଛାତ୍ର ଚିନ୍ମୟ ମାହୁନ୍ତଙ୍କ ପରିଚାଳନାରେ ଆୟୋଜିତ ବନ୍ଧୁମିଳନରେ ପୂର୍ବତନ ଶିକ୍ଷକ ଅଜୟ ବେହେରା, ନିରଞ୍ଜନ ସାମଲ, ଜ୍ଞାନେନ୍ଦ୍ର ନାୟକ, ନିରଞ୍ଜନ ପଣ୍ଡା, ବିଜୟ କୁମାର ନାୟକ, କିରଣ ନାୟକ, ବର୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆଲୋକ କୁମାର ଗିରି ପ୍ରମୁଖ ଯୋଗ ଦେଇଥିଲେ । ବିମଳ କୁମାର ଦାସ ସ୍ୱାଗତ ଅଭ୍ୟର୍ଥନା ଜଣାଇଥିବାବେଳେ ରାକେଶ କୁମାର ଦାସ, ଅଭିଷେକ ସାମଲ, ପ୍ରକାଶ କୁମାର ବାରି, ସ୍ଥିତିପ୍ରଜ୍ଞା ନାୟକ, ସବିତା ପାଲ, ସସ୍ମିତା ମାହୁନ୍ତ, ଜୟସ୍ମିତା ନାୟକ, ଶିବପ୍ରସାଦ ପାଣ୍ଡବଙ୍କ ସହ ୫୦ରୁ ଉଦ୍ଧ୍ୱର୍ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପୂର୍ବତନ ଶିକ୍ଷକ ଓ ବର୍ତମାନର ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସସ୍ମିତା ମାହୁନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।