ରୁଦ୍ରେଶ୍ୱର ମହାଦେବଙ୍କ ବିଗ୍ରହ ପ୍ରତିଷ୍ଠା
ଆନନ୍ଦପୁର : ଘଷିପୁରା ବ୍ଲକ୍ ମଛାଳ ଗ୍ରାମ ସ୍ଥିତ ୨୦ନଂ ଜାତୀୟ ରାଜପଥ କଡ଼ରେ ଥିବା ମା ବିଶ୍ୱ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରୁଦ୍ରେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି. ଏହିଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ ହୋଇଥିବା ବେଳେ ଶନିବାର ସଂନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଛି । ସକାଳୁ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ ପୂଜା, ସାଲା ପୂଜା, ରୁଦ୍ରାଭିଶେଖ, ପରେ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ପୂଜକ ଅରବିନ୍ଦ ପତି, ସତ୍ୟ ନାରାୟଣ କର, ଉପେନ୍ଦ୍ର ତ୍ରିପାଠୀ, ବସନ୍ତ ପଣ୍ଡା, ପରୀକ୍ଷିତ ପାଣିଗ୍ରାହୀ, ରନôାକର ପତି ଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜା କାର୍ଯ୍ୟ ହୋଇଥିବା ବେଳେ କର୍ତ୍ତା କାର୍ଯ୍ୟ ବିଜୟ ବାରିକ୍ ଏବଂ ଧର୍ମପନôୀ ରଶ୍ମିତା ବାରିକ ତୁଲାଇ ଥିଲେ । ସାଇଁକୁଳ ଆଞ୍ଚଳିକ ଶନିଶ୍ଚର ସାଂସ୍କୃତିକ ପରିଷଦ ସଂକୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ୱାରା ଭଜନ କୀର୍ତ୍ତନ କରାଯାଇଥିଲା । ମା ବିଶ୍ୱ ତାରିଣୀ କମିଟି ସଦସ୍ୟଙ୍କ ସହିତ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
