ସିପିଏମର ପ୍ରଚାର ଅଭିଯାତ୍ରୀଙ୍କୁ ସ୍ୱାଗତ
ବ୍ୟାସନଗର: ସପିଆଇଏମ୍ ପ୍ରଚାର ଅଭିଯାତ୍ରୀ ଦଳକୁ ବ୍ୟାସନଗର ଠାରେ ସ୍ୱାଗତ କରାଯାଇଛି । ଏକ ଦେଶ ଏକ ନିର୍ବାଚନ, ଉକôଟ ବେକାରୀ ସମସ୍ୟା, ଆକାଶ ଛୁଆଁ ଦରବୃଦ୍ଧି, ମହିଳାଙ୍କ ଉପରେ ଆକ୍ରମଣ, ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ, ଚାରିଟି ଶ୍ରମ କୋଡ୍ ବାତିଲ ଓ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରି ମାସିକ ୨୬ହଜାର ଟଙ୍କା, ସାମ୍ପ୍ରଦାୟିକତା ବିରୋଧରେ ପ୍ରଚାର, କୃଷିଜାତ ସାମଗ୍ରୀ ଉପରେ ରିହାତି ପ୍ରଦାନ ଓ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିମନ୍ତେ ଆଇନ ପ୍ରଭୃତି ଦାବି ନେଇ ପ୍ରଚାର ଅଭିଯାନ କରାଯାଉଛି । ପ୍ରଚାର ଅଭିଯାନକୁ ବ୍ୟାପକ କରିବା ପାଇଁଁ ଯାଜପୁର ଓ ଭଦ୍ରକ ଜିଲ୍ଲାର ମିଳିତ ପ୍ରଚାର ଯାଠା ଭଦ୍ରକ ଜିଲ୍ଲାର ସହିଦନଗର ସ୍ମୃତି ପୀଠରୁ ବାହାରି ଯାଜପୁର ଜିଲାର ମଙ୍ଗଳପୁରରେ ପହଞ୍ଚବା ପେର ସିପିଏମ୍ ଯାଜପୁର ଜିଲ୍ଲା କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା । ଯାଜପୁର ଟାଉନ, ଭୁବନେଶ୍ୱରପୁର, ପାଣିକୋଇଲି ଠାରେ ପଥପ୍ରାନ୍ତ ସଭାମାନ କରାଯାଇଥିଲା । ଏହାପରେ ଅଭିଯାତ୍ରୀ ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସିଆଇଟିୟୁ ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ଜିଲ୍ଲା ସମ୍ପାଦକ ନିର୍ମଳ ରଥ, କମିଟି ସଭ୍ୟ ବିଜୟ ନାୟକ, ଗଣେଶ ସାହୁ, ଅମୂଲ୍ୟ ସାମଲ, ସାଧୁଚରଣ ଷଡ଼ଙ୍ଗୀ, ସୁରେଶ ସାହୁ, ରଞ୍ଜିତା ଦାସ, ପୁଷ୍ପିତା ରାଉତ, ପାନି କିସ୍କୁ, ତ୍ରିଲୋଚନ ରାଉତ ଦିଲ୍ଲୀପ ଦାସ, ମାଳତୀ ହାଂସଦା, ସନ୍ତୋଷ ବରାଳ, ସୁରେଶ କୁମାର ସାହୁ, ଗୋପବନ୍ଧୁ ସାହୁ, କୌଶଲ୍ୟା ନାୟକ, କୁନି ପୁର୍ତୀ, ଦିପକ ନାୟକ, ଗୁରୁବାରୀ ଲାଗୁରୀ, କାହ୍ନୁ ମୂଖୀ, ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।