ଟଙ୍କପାଣି ସେତୁରେ ଖାଲଖମା

 ବାଲିଅନ୍ତା : ବାଲିଅନ୍ତା ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଟଙ୍କପାଣି ସେତୁ  । ୬୦୦/୮୦୦ ମିଟର ଲମ୍ଭ ବିଶିଷ୍ଟ ଏହି ସେତୁ ଉପରେ ପ୍ରାୟ ୧/୨ ଫୁଟର ଛୋଟ ବଡ଼ ଖାଲ ଖମା ହୋଇ ପିଚୁ ଉଠି ସିମେଣ୍ଟ ଦେଖାଗଲାଣି  । ଏହିପରି ଖାଲ ୨୫ରୁ ଊର୍ଦ୍ଧ ଦେଖାଦେଇଛି । ଫଳରେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହଜାର ହଜାର ସାଧାରଣ ଲୋକେ । ବିଶେଷ କରି ବର୍ଷା ଦିନେ ସ୍ଥିତି ସଂଗୀନ ହେବାସହ ଖାଲରେ ବର୍ଷାଜଳ ଜମି ରହି ଯାତାୟତ ସମସ୍ୟାକୁ ଦ୍ୱିଗୁଣିତ କରୁଛି  । ଗଲା ବର୍ଷ ଜୁଲାଇ ୨୨ ତାରିଖ ରେ ସେତୁ ଦିଶିଲାଣି ଲୁହା ଛଡ଼ ଖବର ପ୍ରକାଶ ପାଇବା ମାତ୍ରେ ଅଗଷ୍ଟ ୧୫ ସୁଦ୍ଧା ପ୍ରଶାସନ ତରଫରୁ ଟଙ୍କପାଣି ସେତୁ ଉପରେ ପିଚୁ ପକାଯାଇ କାର୍ଯ୍ୟକରି  କରାଯାଇଥିଲା । ୨୦୦୪-୦୫ ବର୍ଷରେ ନିର୍ମାଣ କରାଯାଇଥିବା ଏହି ସେତୁ ଗତ ୨୩ ବର୍ଷ ମଧ୍ୟରେ ଅଧିକାଂଶ ସମୟରେ ଏଭଳି ଅବସ୍ଥା ଦେଖାଦେଇଥାଏ । ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରାଯାଇଥାଏ । ମାତ୍ର ତାହା ନିମ୍ନମାନର କାମ ଯୋଗୁଁ ଖୁବ କମ ଦିନରେ ଯଥା ପୂର୍ବଂତଥା ପରଂ ସଦୃଶ ହୋଇଥାଏ  । ସେହିପରି ରାଜଧାନୀ? ଭୁବନେଶ୍ୱର, କଟକ ଆଦି ପ୍ରମୁଖ ସ୍ଥାନକୁ ସୁବିଧା ଓ ନିରାପତ୍ତାରେ ଯାତାୟତ କରିବା ପାଇଁ ଲୋକେ ଏହି ସେତୁ ଉପରେ ନିର୍ଭର କରିଥାନ୍ତି  । ଏହି ସେତୁ ଉପରେ ବାଲିଅନ୍ତା ବ୍ଲକର ୬/୭ ଗୋଟି ପଞ୍ଚାୟତର ଜନସାଧାରଣ ସମେତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି  । ସେହିପରି ଏହି ସେତୁ ଠାରୁ ମାତ୍ର କିଛି ଦୂରରେ  ବାଲିଅନ୍ତା ବ୍ଳକ୍, ତହସିଲ,ଅଗ୍ନିଶମ କାର୍ଯ୍ୟାଳୟ ଏବଂ ପର୍ଯ୍ୟଟନ କ୍ଷେତ୍ର ୬୪ ଯୋଗିନୀପିଠ ରହିଛି  । ଫଳରେ ସମ୍ପୃକ୍ତ ସ୍ଥାନକୁ ୈନିକ ସହସହ ଯାନବାହାନ ଚଳା ଚଳ କରିଥାଏ । ଏଥିସହ ଏହି ସେତୁ ଦେଇ ଦୈନିକ ଶହଶହ ଭାରିଯାନ ଓ ବାଲି ହାଇୱା ଯାତାୟାତ କରୁଛି । ସେଥିରୁ ନିର୍ଗତ ବାଲି ଓ ପାଣି ଯୋଗୁଁ ସେତୁ ରାସ୍ତା ଖାଲଖମାରେ ପରିଣତ ହେଉଛି । ଏହି ଖାଲଖମା ଯୋଗୁଁ ବିଭିନ୍ନ ସମୟରେ ଛୋଟମୋଟ ଦୁର୍ଘଟଣା ଦେଖାଦେଇଛି  । ଏଥିରେ କାହାର ଜୀବନ ହାନୀ ହେଉଛି ତ କିଏ ଆଜିବନ ଅକର୍ମଣ୍ୟ ହେଉଛି । ସେହିପରି ୨/୩ ମାସ ଏହି ସେତୁର ଏଭଳି ଅବସ୍ଥା ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ  । ହଜାର ହଜାର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖ୍ ଏଥିପ୍ରତି ଗୁରୁତ୍ ଦେବାପାଇଁ ସାଧାରଣରେ ଦାବି ହେଉଛି  ।