ଅନନ୍ତ ବାସୁଦେବଙ୍କ ବ୍ରତ ପାଳିତ
ଆନନ୍ଦପୁର : ଅନନ୍ତ ବାସୁଦେବଙ୍କ ପୂଜାବ୍ରତ ଆନନ୍ଦପୁର ପୌରପରିଷଦ ୬ ନଂ ୱାର୍ଡ ଅନ୍ତର୍ଗତ ଈଂ. କିରନ ପାଢ଼ୀଙ୍କ ବାସ ଭବନରେ ଅନନ୍ତ ବାସୁଦେବଙ୍କ ଗୋଠ ପୂଜା ଅନୁଷ୍ଠିତ ହୋଇଛି । ଦୀର୍ଘ ଏକ ଶହ ବର୍ଷ ଧରି ଚାଲି ଆସୁଥିବା ପୂଜାରେ ବ୍ରହ୍ମ ମୁହୁର୍ତ୍ତରେ ପଣ୍ଡିତ ଗୌର ଚନ୍ଦ୍ର ମିଶ୍ର, ଅଭି ମିଶ୍ର ବୈତରଣୀ ନଦୀରେ କଳସ ପୂଜା ପୂର୍ବକ ଜଳ ଆଣି ଶକ୍ତି ପୀଠରେ ସ୍ଥାପନା କରିଥିଲେ । ମଧ୍ୟାହ୍ନ ୧୨ ଘଟିକା ସମୟରେ ଅନନ୍ତ ବାସୁଦେବ, ଶାଳଗ୍ରାମ ଏବଂ ନାଗ ଦେବତା ପ୍ରମୁଖ ଭକ୍ତଙ୍କୁ ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥିଲେ । ପଣ୍ଡିତ ଗୌର ଚନ୍ଦ୍ର ମିଶ୍ର ପୂଜା କାର୍ଯ୍ୟ ପରିଚାଳନା କରିଥିଲେ । ବ୍ରତଧାରୀ ମାନେ ପୁଷ୍ପାଞ୍ଜଳି ଦେଇ ପାଦୁକା ପାଇ ବ୍ରତ ବାନ୍ଧି ନିଜ ନିଜ ଉପବାସ ଭାଙ୍ଗି ଥିଲେ । କାର୍ଯ୍ୟକ୍ରମରେ ପୂଜକ ଅଭି ମିଶ୍ର, ଇଂ. କିରନ ପାଢ଼ୀ, କବୀତା ରାଣୀ ଦୀକ୍ଷିତ, ସରୋଜ ରାମ, ଅସିତ ନାୟକ, ରବି ନାୟକ, ପାଗି ରାମ, ବୁଲୁ ସାହୁ, ଗୋବିନ୍ଦ ସାହୁ, ନାଣ୍ଡୁ ବାରିକ ପ୍ରମୁଖ ସହଯୋଗ କରିଥିଲେ ।