ଛାତ୍ର ସଂସଦ ନିର୍ବାଚନକୁ ନେଇ ଏସଭିଏମ କଲେଜ ଅଶାନ୍ତ: ଛାତ୍ରଙ୍କୁ ଅଣ ଛାତ୍ରଙ୍କ ସଂଘବଦ୍ଧ ଆକ୍ରମଣ
ଜଗତସିଂହପୁର : ଆଗକୁ କଲେଜ ଛାତ୍ର ସଂସଦ ନିର୍ବାଚନ ଆସୁଛି । ବିଜେପି ସରକାର ଆସିବା ପରେ କଲେଜ ଛାତ୍ରଙ୍କ ମନରେ ଉତ୍ସୁକତା ବଢିଯାଇଛି । ଯାହାକୁ ନେଇ ସେମାନେ ଧରାକୁ ସରା ମନେ କରୁଛନ୍ତି । ଜଗତସିଂହପୁର ଏସଭିଏମ କଲେଜରେ ଛାତ୍ର ସଂସଦ ନିର୍ବାଚନରେ କାହାକୁ କିଏ ସମର୍ଥନ ଦେବ ସେହି କଥା କଟାକଟିକୁ ଦୁଇ ଛାତ୍ର ଗୋଷ୍ଠୀ ମୁହାଁ ମୁହିଁ । କଲେଜ କର୍ତ୍ତୃପକ୍ଷ ପାଲଟିଛନ୍ତି ନିରବଦ୍ରଷ୍ଟା ।
ଜଗତସିଂହପୁର ବ୍ଲକ ସଦର ସ୍ଥିତ ଏସଭିଏମ କଲେଜରେ ଦୁଇଗୋଷ୍ଠି ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ । ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି । କଲେଜ ପରିସରରେ କୌଣସି କାରଣରୁ ହଠାତ ଦୁଇଗୋଷ୍ଠି ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଣେ ଛାତ୍ରଙ୍କୁ ଅନ୍ୟ ଏକ ଗୋଷ୍ଠୀର ଛାତ୍ର ଓ ଅଣଛାତ୍ରଙ୍କ ସଂଘବଧ ଆକ୍ରମଣରେ ଛାତ୍ରଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଛି । ଗଣ୍ଡଗୋଳରେ ଜଣେ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଏହି ଗଣ୍ଡଗୋଳରେ ଅଣଛାତ୍ର ମଧ୍ୟ ସଂଶ୍ଲିଷ୍ଟ ଥିବା ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ରଘୁନାଥପୁର ବ୍ଲକ ସାଦେଇପୁର ବଣିକୁଦ ଗ୍ରାମର ସୁଶାନ୍ତ ମହାପାତ୍ରଙ୍କ ପୁଅ ଅମନ ମହାପାତ୍ର ଏସଭିଏମ କଲେଜରେ ବଟାନି ଅନର୍ସରେ ପଛନ୍ତି । ଅମନ କଲେଜକୁ ପ୍ରବେଶ କରିବା ସମୟରେ ଦିବ୍ୟ ଜ୍ୟୋତି ଆୟୁଷ, ଓଁକାର, କମଳକାନ୍ତ ସୂର୍ଯ୍ୟନାରାୟଣ ନାମକ କିଛି ଛାତ୍ରମାନେ ତାଙ୍କ ପାଖକୁ ଡାକିଥିଲେ । ତାଙ୍କ ସହିତ କିଛି ଅଣଛାତ୍ର ମଧ୍ୟ ଉପସ୍ଥିତ ରହିଥିଲେ । ଅମନ ତାଙ୍କ ପାଖକୁ ଯାଇଥିଲେ । ସେଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଛାତ୍ରସଂସଦ ନିର୍ବାଚନକୁ ଆଖିଆଗରେ ରଖି ସଂଗଠନ କଥା ଉଠାଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ଏହାପରେ ଛାତ୍ର ଓ ଅଣଛାତ୍ରମାନେ ଅମନଙ୍କ ଉପରକୁ ସଙ୍ଘବଧ ଭାବେ ଆକ୍ରମଣ କରିଥିଲେ । ଯାହାଫଳରେ ଅମନଙ୍କ ମୁଣ୍ଡ ଫାଟିବା ସହିତ ଶରୀରରେ ଆଘାତ ହୋଇଥିଲା । ଆମର ସରକାର ଅଛି ସ୍ଥାନୀୟ ବିଧାୟକଙ୍କ ହାତ ଆମ୍ଭମାନଙ୍କ ମୁଣ୍ଡଉପରେ ରହିଛି ତୁ ଯୁଆଡକୁ ଗଲେ ଆମର କେହି କିଛି କରିପାରିବେନାହିଁ ବୋଲି କହିଥିଲେ । ଏହି ଘଟଣାକୁ ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।