ବିଜେଡିର ମହାମିଶ୍ରଣ ପର୍ବ


 ବାହାନଗା :  ବାଲେଶ୍ୱର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବଜାର ଦୁର୍ଗା ମଣ୍ଡପ ଠାରେ ବିଜେଡିିର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ବିଜେପିର ବହୁ ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଭିଲିପ୍ସା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ଶନିବାର ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ଅନିତା ପାଇକରାୟ, ନରୋତ୍ତମ ମହିମା ଜେନା, ଗୋବର୍ଦ୍ଧନ ପାଇକରାୟ, ଟିକିରାଣୀ ସେଠୀ, ଶତ୍ରୁଘ୍ନ ସେଠୀ, ଜ୍ୟୋତ୍ସ୍ନାରାଣୀ ମହାପାତ୍ର, ରବୀନ୍ଦ୍ର ନାୟକ, ମନୋରଞ୍ଜନ ସାହୁ, ପ୍ରଭାଷ କୁମାର ବାରିକ, ଅମିର ବିଶ୍ୱାଳ, ସୁନେଲି ଶତପଥୀ, ସୁକାନ୍ତିଲତା ବାରିକ, ସୁଶାନ୍ତ କୁମାର ମହାକୁଡ଼, ସୁରେନ୍ଦ୍ର ନାୟକଙ୍କୁ ଭଦ୍ରକ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ସିମୁଳିଆ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁ ଓ ସମାଜସେବୀ ଶଶୀ କୁମାର ସାହୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଜେଡି ଦଳକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁକ୍ତିକାନ୍ତ ମଣ୍ଡଳ, ଖଇରା ବ୍ଲକ ବିଜେଡି ସଭାପତି ବ୍ରଜକିଶୋର ମହାନ୍ତି,  ଜିଲ୍ଲା ପରିଷଦ ସଭ୍ୟ ମାନସ ଦାସ, ଜିଲ୍ଲା ପରିଷଦ ସଭ୍ୟା ସୁଷମା ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା, ବ୍ଲକ ମହିଳା ସଭାପତି ଜୟନ୍ତୀ ମହଲା, ବରିଷ୍ଠ ନେତା ତଥା ଜଳଦା ସମିତିସଭ୍ୟ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି, ସାରକୋଣା ପଞ୍ଚାୟତ ସରପ ସୁଶାନ୍ତ ନାୟକ, ଗୋବିନ୍ଦପୁର ପଞ୍ଚାୟତ ସମିତିସଭ୍ୟ ପପୁ ବାରିକ, ମହିଳା ମହାସଂଘ ସଭାନେତ୍ରୀ ସୁମିତ୍ରା ମହାପାତ୍ର, ବରିଷ୍ଠ ନେତା ତଥା ପୂର୍ବତନ ସମିତିସଭ୍ୟ ବିଷ୍ଣୁପଦ ସାହୁଙ୍କ ସମେତ ଖଇରା ବ୍ଲକର ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଶେଷରେ ସୁବାସିନୀ ଅପା ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ବିଜୁ ଜନତା ଦଳରେ ସାମିଲ ହୋଇଥିବା ସମସ୍ତ ନେତୃମଣ୍ଡଳୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।