ଟଙ୍କା ଆଗରେ ବଳି ପଡ଼ିଲା ସମ୍ପର୍କ : ଭତ୍ତା ଟଙ୍କା ଏବଂ ଦ୍ୱିତୀୟ ବିବାହ ବଚସାରୁ ବାପାଙ୍କୁ ହତ୍ୟାକଲା ପୁଅ, ହତ୍ୟାକାରୀ ପୁଅ ଅଟକ

ଟଙ୍କା ଆଗରେ ବଳି ପଡ଼ିଲା ସମ୍ପର୍କ : ଭତ୍ତା ଟଙ୍କା ଏବଂ ଦ୍ୱିତୀୟ ବିବାହ ବଚସାରୁ ବାପାଙ୍କୁ ହତ୍ୟାକଲା ପୁଅ, ହତ୍ୟାକାରୀ ପୁଅ ଅଟକ

କବିସୂର୍ଯ୍ୟନଗର : ଟଙ୍କା ପାଇଁ ବଳି ପଡିଲା ବାପ ପୁଅ ସମ୍ପର୍କ । ସାମାନ୍ୟ ବଚସା ଏବଂ ଭତ୍ତା ଟଙ୍କା ପାଇଁ ବାପାକୁ ପିଟି ପିଟି ହତ୍ୟା କଲା ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗ୍ରାମରେ । ମୃତକ ହେଉଛନ୍ତି ଗ୍ରାମର ପଦ୍ମନାଭ ସାହୁ । ତାଙ୍କୁ ମଝିଆ ପୁଅ ରମେଶ ଚନ୍ଦ୍ର ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି  । 
ସୂଚନା ଅନୁସାରେ, ଭତ୍ତା ଟଙ୍କା ଏବଂ ଦ୍ୱିତୀୟ ବିବାହ ବିଷୟ ନେଇ ଗତ ରାତିରେ ବାପାଙ୍କ ସହ କଳହ କରିଥିଲା ରମେଶ । କେବଳ ସେତିକି ନୁହେଁ ରମେଶ ନିଜ ବଡ଼ ଭାଇଙ୍କୁ ମଧ୍ୟ ମାଡ଼ମାରି ଗୁରୁତର କରିଥିଲେ । ପରେ ବଚସା ବଢି ବାପାଙ୍କୁ ଛୁରୀ ଭୁସି ଓ ପିଟିପିଟି ହତ୍ୟା କରିଥିଲା ପୁଅ । ଏହି ଘଟଣା ନେଇ ମୃତକଙ୍କ ବଡ଼ ପୁଅ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ପୁଅକୁ ଅଟକ ରଖିଛି ।