ଟଙ୍କା ଲାଞ୍ଚ ନ ଦେଲେ ମିଳୁନି ଆବାସ ଗୃହ
ଚାନ୍ଦବାଲିରୁ ଅଭୟ ମାହାକୁଡ: ଚାରିଷବିସ ପଞ୍ଚାୟତ ଦାୟିତ୍ୱରେ ଥିବା ସରକାରୀ ବାବୁ, ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ ନେଉଛନ୍ତି ମୋଟା ଅଙ୍କରେ ଲାଞ୍ଚ । ନୂତନ ସରକାର ସମସ୍ତ ଦୁର୍ନୀତି ଓ ଲାଞ୍ଚୁଆ ସରକାରୀ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନେଉଥିବା ବେଳେ, କିଛି ଦୁର୍ନୀତି ଖୋର ସରକାରୀ ବାବୁ ଏହାକୁ କର୍ଣ୍ଣପାତ କରୁନାହାନ୍ତି । ଏମିତି ଏକ ଦୁର୍ନୀତି ଖୋର ଅଧିକାରୀଙ୍କ ନାମରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକଷ୍ଠରେ ଅଭିଯୋଗ କରିଛନ୍ତି ଆବାସ ହିତାଧିକାରୀ । ଏମିତି ଅଭିଯୋଗ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଂଚାୟତରେ କାର୍ଯ୍ୟରତ ଥିବା ପିଇଓ ଦେବେନ୍ଦ୍ର ଦଳେଇଙ୍କ ନାଁରେ । ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ହିତାଧିକାରୀଙ୍କ ପାଇଁ ମାଗଣାରେ ଆବାସ ଗୃହ ଯୋଗାଇ ଦେଉଥିବା ବେଳେ, ପଂଚାୟତ ଦାୟିତ୍ୱରେ ଥିବା ଏହି ସରକାରୀ ବାବୁ ଟଙ୍କା ନଦେଲେ ହିତାଧିକାରୀଙ୍କ ଘର କାଟି ଦେବା ସହିତ ବକେୟା ବିଲ ନଦେବାକୁ ଧମକ ଦେଉଛନ୍ତି । ଏମିତି ଭୟ ଦେଖାଇ ହିତାଧିକାରୀ ମାନଙ୍କ ପାଖରୁ ୨୦ରୁ ୩୦ହଜାର ପର୍ଯ୍ୟନ୍ତ ମୋଟା ଅଙ୍କରେ ଟଙ୍କା ଆଦାୟ କରୁଥିବା ନେଇ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଷଣ୍ଡଗଡା ଗ୍ରାମର ୫ରୁ ଅଧିକ ଆବାସ ହିତାଧିକାରୀ ବଜରାପୁର ପଂଚାୟତ ସମିତି ସଭ୍ୟ ବିବେକାନନ୍ଦ ଧର ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କୁ ଅଭିଯୋଗ ତୁରନ୍ତ ପିଇଓ ଦେବେନ୍ଦ୍ର ଦଳେଇଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ସହିତ ବାକିଥିବା ଆବାସ ଗୃହ ଅର୍ଥ ରାଶି ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ।