ଡିଇପିଏମଓଏସ ପ୍ରକଳ୍ପ ପାଇଁ ଏନଆଇସି-ଓଡ଼ିଶା ପୁରସ୍କୃତ

ଡିଇପିଏମଓଏସ ପ୍ରକଳ୍ପ ପାଇଁ ଏନଆଇସି-ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର : ରପ୍ତାନୀ ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ଅନଲାଇନ୍‌ ସେବା (ଡିଇପିଏମ୍‌ଓଏସ୍‌) ପ୍ରକଳ୍ପ ପାଇଁ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି-ଓଡିଶା)କୁ ‘ଡିଜିଟାଲ୍‌ ଇନିସିଏଟିଭ୍‌ ଆୱାର୍ଡ’ ସମ୍ମାନ ମିଳିଛି । ନୂଆଦିଲ୍ଲୀଠାରେ ଆୟୋଜିତ ଷଷ୍ଠ  ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌ ସମିଟ୍‌ରେ ଗ୍ରାମୀଣ ସଂଯୋଗ ଏବଂ ଡିଜିଟାଲ୍‌ ସେବା ସୁନିଶ୍ଚିତ ପାଇଁ ଆଜି ଏନଆଇସି-ଓଡିଶା ପୁରସ୍କୃତ ହୋଇଛି । ଏନଆଇସି-ଓଡିଶାର ନିର୍ଦ୍ଦେଶକ (ଆଇଟି) ମହମ୍ମଦ ମୁଜିବୁଲ୍ଲା ଖାନ, ଉପ-ନିର୍ଦ୍ଦେଶକ (ଆଇଟି) ସୁଧାଂଶୁ କୁମାର ମହାପାତ୍ର ଓ ରପ୍ତାନୀ ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ।


  ଏହି ସମ୍ମାନ ଡିଜିଟାଲ୍‌ ଶାସନ କ୍ଷେତ୍ରରେ ନବସୃଜନ ଓ ପରିବର୍ତ୍ତନର ଏକ ବଳିଷ୍ଠ ପ୍ରମାଣ । ସୂଚନାଯୋଗ୍ୟ ଯେ, ଡିଇପିଏମ୍‌ଓଏସ୍‌ ହେଉଛି ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ । ଏମ୍‌ଏସ୍‌ଏମଇ ବିଭାଗ ଅଧୀନ ରପ୍ତାନୀ ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସେବାଗୁଡିକୁ ଡିଜିଟାଇଜ୍‌  ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଏନ୍‌ଆଇସି-ଓଡିଶା ଏହି ପ୍ରକଳ୍ପକୁ ବିକଶିତ ଏବଂ କାର୍ଯ୍ୟକାରୀ କରିଛି । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରଗୁଡିକୁ ସେବା ପ୍ରଦାନରେ ଏହି ପ୍ରକଳ୍ପ ଉଲ୍ଲେଖନୀୟ ଉନ୍ନତି ଆଣିଛି । କାର୍ଯ୍ୟକାରୀ ସମୟ ହ୍ରାସ ସହ ବିପଣନ ଓ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି ପାଇଛି ।