ବସ ଧକ୍କାରେ ବାଇକ୍ ଆରୋହୀ ମୃତ

 ପାରାଦୀପ  : ପାରାଦୀପ ବନ୍ଦର କାର୍ଗୋ ବର୍ଥରେ ଡିଏଲଆର ଭାବେ କାମ କରୁଥିବା ଅଜିତ କୁମାର ହେମ୍ବ୍ରମ (୩୪) ଗୁରୁବାର ଆଜି ସକାଳ ସିପ୍ଟ ଡିୟୁଟି ସାରି ବାଇକ୍ ନମ୍ୱର୍ ଓଡି-୧୧କେ-୦୦୫୨ ଯୋଗେ ପାରାଦୀପ ଗଡ ନିଜ ବସାକୁ ଫେରିବା ସମୟରେ ଦିନ ସାଢ଼େ ୧ଟା  ପାରାଦୀପ ଟ୍ରକ ଆସୋସିଏସନ୍ ସମ୍ମୁଖ ରାସ୍ତାରେ ପଛପଟୁ ଯାଉଥିବା ଅନ୍ନପୂର୍ଣ୍ଣା ନାମକ ଏକ ବସ ତାଙ୍କ ବାଇକ୍ ଉପରେ ଚଢ଼ି ଯିବା ସହ ବାଇକ୍ ସହ ତାଙ୍କୁ କିଛିବାଟ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀ ଅଜିତ ହେମ୍ବ୍ରମ ମୃତୁ ବରଣ କରିଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇ ଥିଲା । ଉତ୍ୟକ୍ତ ଲୋକେ ରାସ୍ତାରୋକ ଆରମ୍ଭ କରି ଦେଇଥିଲେ । ଫଳରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ପାରାଦୀପ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଘଟଣା ସ୍ଥଳରୁ ପୋଲିସ ଦୁର୍ଘଟଣା ଘଟାଇଥିବା ବସ କୁ ନିଜ ହେପାଯତକୁ ନେବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଦୁର୍ଘଟଣା ଘଟାଇବା ପରେ ବସ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ଦୁର୍ଘଟଣାରେ ମୃତୁ ବରଣ କରିଥିବା ଅଜିତ ହେମ୍ବ୍ରମଙ୍କ ଘର୍ ମୟୂରଭଞ୍ଜ ଜିଲ୍ଲା ଅରୁଆ ଗ୍ରାମରେ ହୋଇଥିବା ବେଳେ ପରିବାର ସହ ସେ ପାରାଦୀପ ଗଡରେ ରହି ଆସୁଥିଲେ । ତାଙ୍କର ବିଧବା ପନôୀଙ୍କ ସହିତ ୩ ବର୍ଷର ଏକ ଛୋଟ ପୁଅ ଅଛି ।