ଡିଭାଇର୍ଡରରେ ପିଟିଲା ବିଏମଡବ୍ଲ୍ୟୁ କାର
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର, ୧୭ା୧୦ : ଏକ ପ୍ରାଇଭେଟ୍ ସ୍କୁଲରୁ ଛାତ୍ରୀଙ୍କୁ ଧରି ଆସୁଥିବା ବିଏମଡବ୍ଲ୍ୟୁ କାର୍ ଘଣ୍ଟା ପ୍ରତି ୧୦୦ କିମି ସ୍ପିଡ୍ରେ ଆସି ଡିଭାଇର୍ଡରକୁ ପିଟିଲା । ଗୁରୁବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ବିଳାଶପୂର୍ଣ୍ଣ କାରଟିର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖାଯାଇଛି ।
ସୂଚନା ଯୋଗ୍ୟଯେ, ଶୈଳଶ୍ରୀ ବିହାର-ମୈତ୍ରୀ ବିହାର ରାସ୍ତାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ପ୍ରାଇଭେଟ୍ ସ୍କୁଲରୁ ଛାତ୍ରୀଙ୍କୁ ଧରି ଆସୁଥିବା ବିଏମଡବ୍ଲ୍ୟୁ କାର ଘଣ୍ଟା ପ୍ରତି ୮୦ କିମି ସ୍ପିଡ୍ରେ ଆସି ଡିଭାଇର୍ଡରକୁ ପିଟିଥିଲା । ପରେ କାର୍ଟି ରାସ୍ତା ପାର୍ଶ୍ୱରେ ଥିବା ଲୁହା ବାଡରେ ଘଷି ହୋଇ ୫୦ ମିଟର ପର୍ଯ୍ୟନ୍ତ ଘୁଷୁରି ହୋଇ ଯାଇଥିଲା । ଏହି ବିଳାଶପୂର୍ଣ୍ଣ କାର୍ର ଗୋଟିଏ ପାର୍ଶ୍ୱ ପୂରା ଚୁର୍ମାର ହୋଇଯାଇଛି । ହେଲେ କାର୍ ଭିତରେ ଥିବା ଛାତ୍ରୀଙ୍କ ସମେତ ୩ ଜଣ ସୁରକ୍ଷିତ ଅଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ରାଜଧାନୀ ଭିତରେ ଘଣ୍ଟା ପ୍ରତି ୫୦ କିମିରୁ ଅଧିକ ବେଗରେ ଗାଡି ଚଳାଇ ହେବନାହିଁ । ଏହା ସତ୍ତେ୍ୱ ୭୫ରୁ ୮୦ କିମି ବେଗରେ ବିଏମଡବ୍ଲ୍ୟୁ କାର୍ଟି କେମିତି ଯାଉଥିଲା? ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି ।