ଗ୍ୟାରେଜରୁ ସ୍କୁଟି, ମୋବାଇଲ ଓ ଚାର୍ଜର ନେଇ ଛୁ ; ଅଭିଯୁକ୍ତ ଗିରଫ

ଗ୍ୟାରେଜରୁ ସ୍କୁଟି, ମୋବାଇଲ ଓ ଚାର୍ଜର ନେଇ ଛୁ ; ଅଭିଯୁକ୍ତ ଗିରଫ



ଭୁବନେଶ୍ୱର, ୧୫ା୫ : ରାତିରେ ଅସୁବିଧାରେ ପଡ଼ିଥିବାରୁ ଜଣେ ଅଚିହ୍ନା ବ୍ୟକ୍ତିକୁ ନିଜ ବାଇକ ଗ୍ୟାରେଜରେ ଆଶ୍ରୟ ଦେବା ଅଭିଯୋଗକାରୀଙ୍କୁ ପଡ଼ିଛି ମହଙ୍ଗା । ଶୋଇଥିବା ସମୟରେ ଗ୍ୟାରେଜରୁ ସ୍କୁଟି, ମୋବାଇଲ ଓ ଚାର୍ଜର ନେଇ ଛୁ ମାରିଲା ଅଜଣା ବ୍ୟକ୍ତି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିଛି । ପରେ ତାଠାରୁ ସ୍କୁଟି ଓ ମୋବାଇଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ପୁରୀ ଜିଲ୍ଲା କୋଣାର୍କ ଅଚୁ୍ୟତପୁରର ଭବାନୀ ପ୍ରସାଦ ଦାସ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ଗତ ତା ୨୪.୪.୨୦୨୪ ରିଖରେ ଅଭିଯୋଗକାରୀ ରମେଶ ଚନ୍ଦ୍ର ବସ୍ତିଆ ଅଭିଯୁକ୍ତଙ୍କୁ ତାଙ୍କ ବାଇକ ଗ୍ୟାରେଜରେ ରାତିରେ ଆଶ୍ରୟ ଦେଇଥିଲେ । ଅଭିଯୁକ୍ତ ଜଣକ ଏହାର ସୁଯୋଗ ନେଇ ଅଭିଯୋଗକାରୀଙ୍କ ଗ୍ୟାରେଜରୁ ତାଙ୍କର ସ୍କୁଟି ବାଇକ, ଏକ ମୋବାଇଲ ଓ ଚାର୍ଜର ନେଇ ଭୋରୁ ଛୁ ମାରିଥିଲା । ଏହି ଘଟଣା ପରେ ଅଭିଯୋଗକାରୀ ଅଭିଯୁକ୍ତର ମୋବାଇଲ ନମ୍ବରକୁ ବହୁ କଲ କରିଥିଲେ ମଧ୍ୟ ସେ ଆଉ କୌଣସି ଉତ୍ତର ଦେଇନଥିଲେ କି ଫୋନ ଉଠାଇନଥିଲେ । ଫଳରେ ଏନେଇ ଅଭିଯୋଗକାରୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।