ଗାଡି ମାନଙ୍କରୁ ଖଣ୍ଡା ଦେଖାଇ ବଟି ଆଦାୟ ; ଦାଦା ଗିରଫ

ଗାଡି ମାନଙ୍କରୁ ଖଣ୍ଡା ଦେଖାଇ ବଟି ଆଦାୟ ; ଦାଦା ଗିରଫ


 ଭୁବନେଶ୍ୱର, ୧୫ା୬ : ରାତିରେ ଯାତାୟତ କରୁଥିବା ବିଭିନ୍ନ ଗାଡି ମାନଙ୍କରୁ ଡ୍ରାଇଭରଙ୍କୁ ଖଣ୍ଡା ଦେଖାଇ ଦାଦାବଟି ଆଦାୟ କରୁଥିବା ଜଣେ ଦାଦାକୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ପଞ୍ଚୁପଲ୍ଲୀର ସୁରଥ ବିଶ୍ୱାଳ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । 
ସୂଚନାଯୋଗ୍ୟଯେ, ବିଶ୍ୱସ୍ତ ଶୁତ୍ରରୁ ମିଳିଥିବା ସୂଚନା ଅଧାରରେ ଏୟାରଫିଲ୍ଡ ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ସଯପୃକ୍ତ ଥାନାର ଏକ ସ୍ପେଶାଲ ଟିମ ପଞ୍ଚୁପଲ୍ଲୀ ଗ୍ରାମ ଅଭିମୁଖେ ଯାଉଥିଲେ । ସେଠାରେ ପହଞ୍ଚିବା ପରେ, ଅଭିଯୁକ୍ତ ଏବଂ ତାର ଅନ୍ୟ ସହଯୋଗୀ ମାନେ ମିଶି ପଞ୍ଚୁପଲ୍ଲୀ ଗ୍ରାମ ଅଭିମୁଖେ ଯାଉଥିବା ବିଭିନ୍ନ ପରିବହନ ଯାନ ଗୁଡ଼ିକର ଚାଳକ ମାନଙ୍କୁ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଖଣ୍ଡା ଦେଖାଇ ଭୟଭୀତ କରାଇ ଜୋରଜବରଜସ୍ତ ଦାଦାବଟି କରୁଥିବା ଦେଖିବାକୁ ପାଇଥିଲେ । ଏହି ମାମଲାରେ ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଫେରାର ରହିଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି ।