ଡ୍ରଗ୍ସ ସେବନ ନକରିବାରୁ ଛାତ୍ରଙ୍କୁ ମାଡ 

ଭୁବନେଶ୍ୱର : ଡ୍ରଗ୍ସ ସେବନ କରିବାକୁ ବାରଣ କରିବାରୁ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ । କିଛି ସହପାଠୀ ଓ ସିନିୟର୍‌ ଛାତ୍ରମାନେ ଉକ୍ତ ଛାତ୍ରକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ଛାତ୍ରଙ୍କୁ ମାଡ ମାରିବା ସହ ଶୈଚାଳୟ ପାଣି ପିଆଇ ଥିଲେ । ଛାତ୍ରଙ୍କୁ ପଇସା ମାଗିବା ସହ ପଇସା ନଦେଲେ ଜୀବନରୁ ମରିଦେବାର ଧମକ୍‌ ମଧ୍ୟ ଦେଇଥିଲେ । ଭୁବନେଶ୍ୱର ଉପକଣ୍ଠ ଏକ ଘରୋଇ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା ଘଟିଛି । ଘଟଣା ସମ୍ପର୍କରେ ପରିବାର ଲୋକ ପିପିଲି ଥାନାରେ ଅଭିଯୋଗ କରିଛନ୍ତି । ପିପିଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।