ସ୍ତ୍ରୀକୁ ଟାଙ୍ଗିଆର ହାଣି ହତ୍ୟା କଲା ସ୍ୱାମୀ  

ସ୍ତ୍ରୀକୁ ଟାଙ୍ଗିଆର ହାଣି ହତ୍ୟା କଲା ସ୍ୱାମୀ  

ବଲାଙ୍ଗୀର : ଦେଓଗାଁ ଥାନା ଜର୍ଲାକାନି ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ମୃତକ ସ୍ତ୍ରୀ ହେଲେ ତପ ମଲ୍ଲିକ। ଗତକାଲି ବିଳମ୍ବିତ ରାତିରେ ଉଭୟ ଖାଇ ସାରିବା ପରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । କିନ୍ତୁ ଝଗଡା ଏତେ ଉଗ୍ରରୂପ ନେଇଥିଲା ଯେ ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ଜଣଙ୍କ ତାଙ୍କ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଘଟଣା ସ୍ଥଳରେ ତପ ମଲ୍ଲିକ ମୃତ୍ୟୁ ବରଣ କରିଥିଲେ । ଘଟଣା ସ୍ଥଳରେ ପରିବାର ଲୋକ ଉତ୍ୟକ୍ତ ହୋଇ ମଧବକୁ ମାଡ଼ ମାରିଥିଲେ। ଖବର ପାଇ ଦେଓଗାଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ମାଧବ ମଲ୍ଲିକକୁ ଗିରଫ କରିଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେପଟେ ପରିବାର ସଦସ୍ୟଙ୍କ ମାଡ଼ ଗୁରୁତର ଆହତ ହୋଇଥିବା କାରଣରୁ ଅଭିଯୁକ୍ତ ମାଧବ ମଲ୍ଲିକକୁ ଦେଓଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।