ଆସନ୍ତାକାଲି ଜିଲ୍ଲା ଜୁନିୟର କବାଡ଼ି ଖେଳାଳି ଚୟନ

ବ୍ୟାସନଗର : ଯାଜପୁର ଜିଲ୍ଲା ଆଥଲେଟିକ୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ପାଣିକୋଇଲି ସ୍ଥିତ କାଙ୍କଲା ଖେଳ ପଡ଼ିଆଠାରେ ବାସୁଦେବ କ୍ଲବ୍‌ ସହଯୋଗରେ ଯାଜପୁର ଜିଲ୍ଲା ପାଇଁ ଜୁନିୟର ବିଭାଗର (ଉଭୟ ବାଳକ ଓ ବାଳିକା) କବାଡ଼ି ଖେଳାଳି ଚଳିତ ମାସ ୧୧ ତାରିଖରେ ଚୟନ କରାଯିବ । ଉକ୍ତ ଖେଳରୁ ଖେଳାଳି ଚୟନ କରାଯାଇ ଆସନ୍ତା ୧୪.୧୨.୨୦୨୫ରେ କଟକ ଠାରେ ହେବାକୁ ଥିବାରାଜ୍ୟ ଦଳ ଚୟନ ଶିବିରକୁ ପ୍ରେରଣ କରାଯିବ । ଏହି ଖେଳରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଖେଳାଳି ମାନଙ୍କ ବୟସ ବାଳିକା ମାନଙ୍କର ତା-୨୮.୧୨.୨୦୨୫ରିଖ ସୁଧା ୨୦ ବର୍ଷରୁ କମ୍‌ ଏବଂ ଓଜନ ୬୫ରୁ କମ୍‌ ହୋଇଥିବା ଆବଶ୍ୟକ ବେଳେ ବାଳକ ମାନଙ୍କ ବୟସ ତା-୧୮.୦୧.୨୦୨୬ରିଖ ସୁଧା ୨୦ ବର୍ଷରୁ କମ୍‌ଏବଂ ଓଜନ ୭୫ ରୁକମ୍‌ ହୋଇଥିବା ଆବଶ୍ୟକ । ଏଣୁ ସମସ୍ତ ଖେଳାଳି ନିଜର ବୟସ ଗତ ପ୍ରମାଣ ପତ୍ର, ଆଧାର କାଡର଼୍ (ଜେରକ୍ସଏବଂ ଅରଜିନାଲ୍‌) ସହିତ ଦିବା୨ ଘଟିକାରେ ପହଁଚି କବାଡ଼ି ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡାଙ୍କ ନିକଟରେ ପଞ୍ଜୀକରଣ ଏବଂ ସିଲେକସନ ୍‌ଟ୍ରାଏଲ୍‌ ଦେବାକୁ ଆସୋସିଏସନରେ ସାଧାରଣ ସମ୍ବିତ ମହାନ୍ତି ସୂଚନା ଦେଇଛନ୍ତି ।