ପୀତବାସ ହତ୍ୟାକାଣ୍ଡ ମାମଲା : ପୁଲିସ ପକ୍ଷରୁ କ୍ରାଇମ ସିନର ରିକ୍ରିଏସନ
ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ବ୍ରହ୍ମପୁର ପୁଲିସ ପକ୍ଷରୁ କ୍ରାଇମ ସିନର ରିକ୍ରିଏସନ କରାଯାଇଛି ।ଗତକାଲି ଏହି ମାମଲାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ କୁରୁପତି ଭୂୟାଁକୁ ଧରିବାରେ ସଫଳ ହୋଇଥିଲା ବ୍ରହ୍ମପୁର ପୁଲିସ । ଉଭୟଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ନେଇଥିଲା ପୁଲିସ । ବ୍ରହ୍ମପୁର ବୈକୁଣ୍ଠନଗର କ୍ରାଇମ ସ୍ପଟରେ ଏହି କ୍ରାଇମ ସିନର ରିକ୍ରିଏସନ କାରାଯାଇଛି । ଘଟଣା ସ୍ଥଳରେ ମୁଖ୍ୟ ଅଭିଯୁକ୍ତ ତଥା ସାର୍ପ ସୁଟର କୁରୁପତି ଓ ସହଯୋଗୀ ବାଇକ ଚାଳକ ଚିଣ୍ଟୁକୁ ନେଇ କ୍ରାଇମ ସିନର ରିକ୍ରିଏସନ କରିଛି ବ୍ରହ୍ମପୁର ପୁଲିସ । କିପରି ଆସି ପିତବାସଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳିକରି ହତ୍ୟା କରି ଖସିଗଲେ ଦେଖାଇଥିଲେ ଡେ଼ମୋ ।
ସୂଚନା ମୁତାବକ, ଗତ ମାସ ୬ ତାରିଖରେ ଘରକୁ ଫେରୁ ଥିବା ସମୟରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାରେ ପୋଲିସ ତଦନ୍ତ କରି ୧୪ ଜଣଙ୍କୁ ଗିରଫ କରି ଜେଲକୁ ପଟାଇଛି । ଗତକାଲି ଏହି ମାମଲାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ କୁରୁପତି ଭୂୟାଁକୁ ଧରିବାରେ ସଫଳ ହୋଇଥିଲା ବ୍ରହ୍ମପୁର ପୁଲିସ । ଉଭୟଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ନେଇଥିଲା ପୁଲିସ । ଗତ ୨୨ ତାରିଖରେ ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କ ସହ ୧୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରାଯାଇଥିଲା ।