ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଧମକ

 ବୈଶିଙ୍ଗା : ଓଡ଼ିଶା ଡ୍ରାଇଭର ମହାସଂଘ ଅନୁଗୁଳର ଆହ୍ୱାନ କ୍ରମେ ୬ ଦଫା ଦାବି ପୂରଣ ନ ହେବାରୁ ଆସନ୍ତା ୮/୭/୨୫ ତାରିଖରୁ ଷ୍ଟିୟରିଙ୍ଗ ଛାଡ ଆନେ୍ଦାଳନ ହେବବୋଲି ମହାସଂଘ ଚେତାବନୀ ଦେଇଛି । କୌଣସି ପ୍ରକାରର ଗାଡି ଚଳାଇବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ଏହି ଷ୍ଟିଅରିଂ ଛାଡ ଆନେ୍ଦାଳନରେ ସମସ୍ତ ଡ୍ରାଇଭର ସାମିଲ ହେବା ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଥିବାରୁ ବେତନଟୀ ବ୍ଲକ ଅଧିନସ୍ଥ ସମସ୍ତ ଡ୍ରାଇଭର ରାଜ୍ୟ ସଂଘ ନିଦେ୍ର୍ଦଶ ମତେ ଏହି ଆନେ୍ଦାଳନରେ ସାମିଲ ହେବେ ବୋଲି ସଂଘ ସଭାପତି ଅନାଦି ଚରଣ ବିନ୍ଧାଣୀ ଏବଂ ସଂଘ ସମ୍ପାଦକ ତରଣୀ କାନ୍ତ ବେହେରା ଗଣମାଧ୍ୟମକୁ ଲିଖିତ ଭାବେ ଜଣାଇଛନ୍ତି । ଡ୍ରାଇଭର ସଂଘ ପକ୍ଷରୁ ଗତ ୨୯/୦୩/୨୫ ରିଖରେ ଲୋୟର ପିଏମଜିରେ ୬ ଦିନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବା ପରେ ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ହିଁ ଦେଇଥିଲେ । ଯାହା ଆଜକୁ ୩ମାସ ଅବଧି ପରେ ୪ମାସ ହେବାକୁ ବସିଲାଣି । ମାତ୍ର ପୂରଣ କରିବାରେ ସରକାର ଅସମର୍ଥ ହୋଇଛନ୍ତି । ଫଳରେ ଡ୍ରାଇଭରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଡ୍ରାଇଭରଙ୍କ ପେଟ ପାଟଣାକୁ ରାଜ୍ୟ ସରକାର ବର୍ଷ ବର୍ଷ ଧରି ଏଡାଇ ଯିବା ସହିତ ସମସ୍ତ ପ୍ରକାରର ପରିବହନ ଡ୍ରାଇଭରଙ୍କ ଉପରେ ନିର୍ଭର କରୁଥିଲେ ବି ସେମାନଙ୍କ ନିରାପତ୍ତା ଜୀବିକା ଓ ନ୍ୟାର୍ଯ୍ୟ ପାରିଶ୍ରମିକ ତଥା ବୀମା ଲାଗୁ କରାଯାଇ ନାହିଁ  । ଏଣୁ ରାଜ୍ୟ ସରକାର ଅସହଯୋଗ କରୁଥିବାରୁ ରାଜ୍ୟ ଡ୍ରାଇଭର ମହାସଂଘ ମଧ୍ୟ ସରକାରଙ୍କ ସହିତ ସଂପୂର୍ଣ୍ଣ ଅସହଯୋଗ କରିବାର ଦୃଢ ନିଷ୍ପତି ନେବା ପାଇଁ ବାଧ୍ୟ ହୋଇଥିବା କହିଛି । ପରବର୍ତ୍ତି ପରିସ୍ଥିତ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ ରହିବେ ବୋଲି ରାଜ୍ୟ ସଂଘ ପକ୍ଷରୁ ସତର୍କ କରି ଦିଆଯାଇଛି । ସଂଘ କାର୍ଯ୍ୟ ବନ୍ଦ ଆନେ୍ଦାଳନକୁ ଓହ୍ଲାଇଲେ ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ ବଳବତ୍ତର ରହିବ ବୋଲି ସଂଘ ଜଣାଇଛି ।