ବଡ ସରକାର ବାବାଙ୍କ ବାର୍ଷିକ "ଫାତେହା’ ପ୍ରସ୍ତୁତି ବୈଠକ
ଭଦ୍ରକ : ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର ଖାନକାହା ପରିସରରେ "ଗୁଲଶନେ ଗୌସପାକ ଟ୍ରଷ୍ଟ’ର ଏକ ପ୍ରସ୍ତୁତି ବୈଠକ ସଭାପତି ହାଜି ଓ ହାଫିଜ ଶେଖ ମହମ୍ମଦ ଇସହାକଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଶେଖ ଅତା ମୋହିଉଦ୍ଦିନଙ୍କ ସଂଯୋଜନାରେ ଟ୍ରଷ୍ଟର ସିଦ୍ଧାନ୍ତ ନିଷ୍ପତ୍ତି ଅନୁଯାୟୀ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁଫି ହଜରତ ସୈୟଦ ଶାହା ନସିମ ଅଖତର କାଦରୀଙ୍କ ୧୧ ତମ "ଫାତେହା’ ଉତ୍ସବ ଚଳିତ ସେପ୍ଟେମ୍ବର ୨୪ ତାରିଖ ଦିନ ପାଳନ କରାଯିବ । ବୈଠକରେ ନିଷ୍ପତ୍ତି ହେଲା ଯେ ଉତ୍ସବ ପୂର୍ବଦିନ ସେପ୍ଟେମ୍ବର ୨୩ ତାରିଖରେ ଖାନକାହା କମିଟି ଠାରେ ଫାତେହା ଉତ୍ସବ ପାଇଁ ଫଳ ସାମଗ୍ରୀ ପହଞ୍ଚାଇ ଦେବେ । ଅର୍ଦ୍ଧରାତ୍ରିରୁ ବାବାଙ୍କ ଗୋସାଲଖନୀ (ସ୍ନାନ) ଆରମ୍ବ ହେବ । ୨୪ ତାରିଖରେ ନମାଜ ପାଠ ପରେ କୁରାନ ପାଠ, ମିଲାଦ ଶରିଫ ଓ ଫାତେହାର ଆୟୋଜନ କରାଯିବ ଓ ଫାତେହା ସରିଲା ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯିବ । ବୈଠକରେ ଟ୍ରଷ୍ଟର ସମସ୍ତ ସଭ୍ୟ ଯୋଗଦାନ କରିଥିଲେ । ଶାନ୍ତିଶୃଙ୍ଖଳା ସହିତ ଫାତେହା ଉତ୍ସବକୁ ପାଳନ କରିବାକୁ ଟ୍ରଷ୍ଟର ସମ୍ପାଦକ ଶେଖ ଅତା ମୋହିଉଦ୍ଦିନ ସମସ୍ତଙ୍କୁ ନିବେଦନ କରିଛନ୍ତ । ସେହିପରି "କାଦରୀ ବୀରାଦରାନ’ କମିଟିର ପ୍ରସ୍ତୁତି ବୈଠକ ସଭାପତି ଜାୱେଦ ଅଖତରଙ୍କ ସଭାପତିତ୍ୱ ଓ ସମ୍ପାଦକ ଶେଖ ଜାଫରଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା । ସଭାରେ କବିଙ୍କ ଦ୍ୱାରା ମିଲାଦ ସରିଫ ହୋଇଥିଲା ଓ କମିଟିର ଆଡ଼ଭାଇ ଜର ଶେଖ ହବିବୁଲ୍ଲାଙ୍କ ବିବରଣୀ ପାଠରେ ଆଲୋଚନା ହୋଇ ସିଦ୍ଧାନ୍ତ ନିଷ୍ପତ୍ତି ଅନୁଯାୟୀ ପ୍ରତିବର୍ଷ ପରି ଚଳିତ ବର୍ଷ ସୁଫି ହଜରତ ବଡ଼ ସରକାର ବାବାଙ୍କ ୧୧ତମ ବାର୍ଷିକ ଉତ୍ସବ ଆସୁଥିବା ଲଙ୍ଗର ବ୍ୟବସ୍ତା କରାଯାଇଛି । ସେପ୍ଟେମ୍ବର ୨୪ ତାରିଖରେ ସର୍ବଭାରତୀୟ ଧର୍ମସଭା ଓ ମୁଶାଏରାର ଆୟୋଜନ ହେବ । ଏଥିରେ ଉତ୍ତରପ୍ରଦେଶ କିଛୋଛା ସରିଫରୁ ସୈୟଦ ଶାହା ଆଜମଲ ଅସରଫି ଅଲ ଜିଲାନି, ରାଜସ୍ଥାନ ଦିଶାନଗରରୁ ସୈୟଦ ଶାହା ମହମ୍ମଦ ଅଲି କାଦରୀ, ଉତ୍ତରପ୍ରଦେଶ ମକନପୁରରୁ ସଜର ଅଲି ମଦାରୀ ମକନପୁରୀ ଏବଂ ବିଭିନ୍ୟ ରାଜ୍ୟରୁ ମୌଲାନା ଓ କବି ମାନେ ଯୋଗଦାନ କରିବେ । ଆଡ଼ଭାଇଜର ଅଖତର ଅଲି ଖାନ, ଚନ୍ଦା ଖାନ, ଉପସଭାପତି ଶେଖ ସବବୀର ହୋସେନ, ସହସମ୍ପାଦକ ଶେଖ ଆବୁକଲାମ, ମୁଖତାର ନସିମ, ଶେଖ ସାହାଜାନ, ଶେଖ ନିଆମତୁଲ୍ଲା ଓ ୱାସିମ ଅଖତର ପ୍ରମୁଖ ଉପସ୍ଥିତ ଥିଲେ ।