ତିନି ଦିନ ଶୀତ ଲହର : ଜାରି ହେଲା ୟେଲୋ ୱାର୍ଣ୍ଣିଂ

ତିନି ଦିନ ଶୀତ ଲହର : ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶୀତର ପ୍ରକୋପ ବି ବଢ଼ିବାରେ ଲାଗିଛି । ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆହୁରି ତିନିଦିନ  ଶୀତ ଲହରୀ ଜାରିରହିବ । ଆସନ୍ତାକାଲି ଶୀତ ଲହରୀ ପାଇଁ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୫ ପାଇଁ କଟକ, ଜଗତସିଂହପୁର, ଅନଗୁଳ, ଝାରସୁଗୁଡ଼ା ଓ ଖୋର୍ଦ୍ଧା ପାଇଁ ୱାର୍ଣ୍ଣିଂ ଜାରିହୋଇଛି । ଏହାଛଡ଼ା କେତେକ ସ୍ଥାନରେ ଘନକୁହୁଡ଼ି ନେଇ ବି ୱାର୍ଣ୍ଣିଂ କରାଯାଇଛି । ଅପରପକ୍ଷରେ ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୩.୩, ଚାନ୍ଦବାଲିରେ ୧୩.୨, କଟକରେ ୧୧.୪, ପାରାଦୀପରେ ୧୨.୭, ଭୁବନେଶ୍ୱରରେ ୧୨.୪, ଗୋପାଳପୁରରେ ୧୪.୫, ପୁରୀରେ ୧୫.୯, ଅନୁଗୁଳରେ ୮.୮, ବାରିପଦାରେ ୧୦.୮, ଝାରସୁଗୁଡ଼ାରେ ୭.୨, କେନ୍ଦୁଝରଗଡ଼ରେ ୯.୪, ସମ୍ବଲପୁରରେ ୧୧.୮, ସୁନ୍ଦରଗଡ଼ରେ ୯.୬, ହୀରାକୁଦରେ ୧୨.୯, ଭବାନୀପାଟଣାରେ ୧୦.୫, ବଲାଙ୍ଗୀରରେ ୧୦.୫, କୋରାପୁଟରେ ୧୧.୪, ଫୁଲବାଣୀରେ ୭.୧, ଟିଟିଲାଗଡ଼ରେ ୧୩, ମାଲକାନଗିରିରେ ୧୧.୮, ସୋନପୁରରେ ୧୧.୫, ଦାରିଙ୍ଗବାଡ଼ିରେ ୮, ନୟାଗଡ଼ରେ ୧୩, ବୌଦ୍ଧରେ ୧୦, ଛତ୍ରପୁରରେ ୧୫, ପାରଳାଖେମୁଣ୍ଡିରେ ୧୨.୪, ରାୟଗଡ଼ାରେ ୧୧.୪, ଭଦ୍ରକରେ ୧୩.୫, ଯାଜପୁରରେ ୧୨.୪, ଢେଙ୍କାନାଳରେ ୧୦, ବରଗଡ଼ରେ ୧୨.୬, ଦେବଗଡ଼ରେ ୧୨, ନୂଆପଡ଼ାରେ ୧୨.୫, ନବରଙ୍ଗପୁରରେ ୧୦, ଖୋର୍ଦ୍ଧାରେ ୧୧.୫, ଜଗତସିଂହପୁରରେ ୧୧.୮, କେନ୍ଦ୍ରାପଡ଼ାରେ ୧୨.୬ ଓ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୭.୧ ରହିଛି ।