ତିନି ଦିନ ସଂଘର୍ଷ ପରେ ଆଖି ବୁଜିଲେ ରାଜଗାଙ୍ଗପୁର ପୀଡ଼ିତା ଛାତ୍ରୀ  

 ତିନି ଦିନ ସଂଘର୍ଷ ପରେ ଆଖି ବୁଜିଲେ ରାଜଗାଙ୍ଗପୁର ପୀଡ଼ିତା ଛାତ୍ରୀ  

ରାଉରକେଲା : ମୃତ ସହ ସଂଘର୍ଷ କରି ଜୀବନ ଯୁଦ୍ଧରେ ହାରିଗଲା ରାଜଗାଙ୍ଗପୁର ନାବାଳିକା । ତିନି ଦିନ ଧରି ଜୀବନ ମରଣ ସହିତ ସଂଗ୍ରାମ ପରେ ଆଖି ବୁଜିଛନ୍ତି ପୀଡ଼ିତା ଛାତ୍ରୀ । ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । 


    ଖବର ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲାଞ୍ଜିବେରଣା ଅଞ୍ଚଳରେ ନାବାଳିକା ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ବାରମ୍ବାର ହଇରାଣ କରିବର କାରଣରୁ ସେ ଏଭଳି ନିଷ୍ପତି ନେଇଥିଲେ । ଏହାପରେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଥିବା ବର୍ଣ୍ଣ ୱାର୍ଡରେ ନାବାଳିକାଙ୍କ ଚିକିତ୍ସା ଚାଲିଥିଲା । ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଡିକାଲ ଯାଇ ନାବାଳିକାକୁ ଭେଟିଥିଲେ ଏବଂ ଆବଶ୍ୟକ ପଡିଲେ ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର କିମ୍ବା ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବ ବୋଲି କହିଥିଲେ । ହେଲେ  ତାପୂର୍ବରୁ  ଆଖି ବୁଜିଛନ୍ତି ନାବାଳିକା । ସୋମବାର ସକାଳ ସମୟରେ ନାବାଳିକାଙ୍କ ମୃତ୍ୟୁ ହୋଇଯାଇଛି । ସେପଟେ ଏହି ଘଟଣାରେ ପୁଲିସ କୁତ୍ରା ଥାନା ଅନ୍ତର୍ଗତ ବୁଡାକଟା ଗ୍ରାମର ପିଡ଼ିତାର ପୁରୁଷ ବନ୍ଧୁ ନିଲେଶ ସାହୁ (୨୫)କୁ ଗିରଫ କରିଛି । ବାକି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ପୁଲିସ ଛାନ୍‌ଭିନ୍‌  ଜାରି ରଖିଛି ।